କେରଳର ୫ ଜିଲ୍ଲାରେ ବର୍ଷା ବିତ୍ପାତ: ରାସ୍ତା ଉପର ନଈ ଭଳି ପାଣି, ବୁଡିଗଲା ଯାତ୍ରୀବାହୀ ବସ୍‌

କେନ୍ୟୁଜ୍(ବ୍ୟୁରୋ): କେରଳରେ ବର୍ଷା ବିତ୍ପାତ । ୫ ଜିଲ୍ଲାରେ ଭୟଙ୍କର ବର୍ଷା । ରାସ୍ତା ଉପର ନଈ ଭଳି ପାଣି । ବୁଡ଼ି ଯାଇଛି ଯାତ୍ରୀବାହୀ ବସ୍‌ । ବାହାରକୁ ବାହାରିବା ପାଇଁ ସଂଘର୍ଷ କରୁଛନ୍ତି ଯାତ୍ରୀ । ଅନ୍ୟ ଏକ ସ୍ଥାନରେ ଲୋକେ ରସି ସାହାଯ୍ୟରେ ଫସି ଯାଇଥିବା ଗାଡ଼ିକୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ବୟାନ କରୁଛି କେତେ ଆତଙ୍କ ଖେଳାଇଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ରାଜ୍ୟ ସରକାରଙ୍କ ଅନୁରୋଧରେ ଆର୍ମୀ ଓ ବାୟୁସେନା ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ହେଲିକପ୍‌ଟର ପ୍ରସ୍ତୁତ ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି ଆର୍ମୀ ଯବାନ ।

ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଆରବ ସାଗରରେ ଲଘୁଚାପ ପ୍ରଭାବରେ କେରଳରେ ଅବିଶ୍ରାନ୍ତ ବର୍ଷା । ଆସନ୍ତା କାଲି ଆହୁରି ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୫ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି । ପଠାନମଥିଟ୍ଟା, କୋଟାୟାମ, ଏର୍ଣ୍ଣାକୁଲମ, ଇଡୁକି ଓ ତ୍ରିସୁର ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ କୋଟାୟାମ ଜିଲ୍ଲାରେ ଲ୍ୟାଣ୍ଡ ସ୍ଲାଇଡ୍‌ ହୋଇଛି । ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.