ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ: ବୁଡିଲା ରାସ୍ତା, ଭାସିଲା କାର୍

ମୁମ୍ବାଇ: ଜଳାର୍ଣ୍ଣବ ମହାରାଷ୍ଟ୍ର । ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ । ବୁଡିଲା ରାସ୍ତା, ଭାସିଲା କାର୍ । ସହରରେ ଲଗାତାର ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳାର୍ଣ୍ଣବ ପରିସ୍ଥିତି । ପ୍ରବଳ ବର୍ଷା ପରେ ରେଲୱେ ଟ୍ରାକରେ ଜମା ହୋଇ ରହିଛି ପାଣି ।
ମୁମ୍ବାଇ ସବର୍ବାନ ଆଣ୍ଡ ହାର୍ବର୍ ଲାଇନରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍ ଚଳାଚଳ ବିଳମ୍ବ ହୋଇଛି । ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ବିଶେଷ ପ୍ରଭାବିତ ହୋଇଛି ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲସ ଓ କୁର୍ଲା- ଭିକ୍ରୋଲି ଏବଂ ଭଣ୍ଡୁପ ରେଲୱେ ଟ୍ରାକ୍ ।