ପ୍ରବଳ ବର୍ଷାରେ ବେହାଲ୍ ଦିଲ୍ଲୀ: ଭୁଶୁଡିଲା ବିମାନବନ୍ଦରର ଟର୍ମିନାଲ-୧ର ଛାତ ୩ ମୃତ, ୮ ଆହତ

ନୂଆଦିଲ୍ଲୀ :  ରାଜଧାନୀରେ ବର୍ଷାର ତାଣ୍ଡବ। ରାତି ତମାମ ବର୍ଷାରେ ଦିଲ୍ଲୀ ଉବୁଟୁବୁ ।  ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲ-୧ର ଛାତ ଭୁଶୁଡ଼ି ୩ ମୃତ, ୮ ଆହତ ।  ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଛାତ ଏକ କାରକୁ ଚାପି ଦେଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ଷା ଅଘଟଣ ପରେ ବିମାନ ଚଳାଚଳ ଆଂଶିକ ବାତିଲ ହୋଇଛି । ଟର୍ମିନାଲ-୧ରେ ଦିନ ଦୁଇଟ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି ।

ଆଜି ପ୍ରାୟ ଭୋର ସାଢ଼େ ୫ଟା ବେଳେ ଦିଲ୍ଲୀ ଏୟାରପୋର୍ଟର ୧ ନମ୍ବର ଟର୍ମିନାଲର ଛାତ ଭୁଶୁଡ଼ି ପଡ଼ିଥିଲା । ଭୟଙ୍କର ବର୍ଷାରେ ଦିଲ୍ଲୀର ହାଲ ବେହାଲ। କେଉଁଠି ବସ୍ ବୁଡ଼ି ଯାଇଛି ତ କେଉଁଠି କାର୍ ବୁଡ଼ି ଯାଇଛି। ମିଣ୍ଟୋ ରୋଡ୍ ରେ ଏକ କାର ସଂପୂର୍ଣ୍ଣ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ରାସ୍ତାରେ ନଈ ପାଣିର ସୁଅ। ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟେ ପାଣିରେ ଲୋକେ ଯିବାଆସିବା କରୁଛନ୍ତି। ଦିଲ୍ଲୀ ଏନସିଆରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ। ଯତାୟାତ ଭୟଙ୍କର ଭାବେ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥରେ ମଧ୍ୟ ଟ୍ରାଫିକ୍ ଜାମ। ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ଲୋକେ ଫଶି ରହିଛନ୍ତି ଲୋକ। ତଳିଆ ଅଞ୍ଚଳ ମାନଙ୍କରେ ଘର ଭିତରେ ପାଣି ପଶିଯାଇଛି। ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ସଫଦରଗଞ୍ଜରେ ସର୍ବାଧିକ ୨୨.୮ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ।