ପ୍ରାୟ ୧୫ ଘଣ୍ଟାରେ ବର୍ଷାରେ ବେହାଲ ଚେନ୍ନାଇ: ଅଧିକାଂଶ ଅଞ୍ଚଳ ଜଳବନ୍ଦୀ, ଗଲାଣି ୧୪ଜଣଙ୍କ ଜୀବନ

ତାମିଲନାଡୁ: ତାମିଲନାଡୁରେ ବର୍ଷା ବିତ୍ପାତ। ପ୍ରାୟ ୧୫ ଘଣ୍ଟାରେ ବର୍ଷାରେ ବେହାଲ ହୋଇଛି ଚେନ୍ନାଇ। ବର୍ଷାରେ ଏବେ ଯାଏ ୧୪ଜଣଙ୍କ ମୃତ୍ୟୁ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ବୁଧବାର ସନ୍ଧ୍ୟାରୁ ରାଜଧାନୀ ଚେନ୍ନାଇ ସମେତ ଚେଙ୍ଗଲାପେଟ, ତିରୁଭାଲୁର , କାଞ୍ଜିପୁରମ୍‌ ଓ ଭିଲୁପୁରମ ଅଞ୍ଚଳରେ ବର୍ଷା ଲାଗି ରହିଛି। ରବିବାର ଠାରୁ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି।

ଚେନ୍ନାଇର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିମାନବନ୍ଦର ପାଣିରେ ବୁଡ଼ି ରହିଥିବାରୁ ବିମାନ ଚଳାଚଳ କିଛି ଘଣ୍ଟା ଯାଏ ବନ୍ଦ କରାଯାଇଥିଲା। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗୁରୁବାର ସନ୍ଧ୍ୟାରେ ତାମିଲନାଡ଼ୁ ଉପକୂଳ ଛୁଇଁଥିବା ବେଳେ କ୍ରମଶଃ ଏହା ଦୁର୍ବଳ ହେବାରେ ଲାଗିଛି। ଫଳରେ ଚେନ୍ନାଇ ସମେତ ରାଜ୍ୟର କେତେବ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନାର ଆଶାଙ୍କା ହ୍ରାସ ପାଇଛି।

ସୂଚନା ଥାଊକି, ୨୦୧୫ ମସିହାର ଭୟ ଏଯାଏ ଲୋକଙ୍କ ମନରୁ ଯାଇନି । ୨୦୧୫ ମସିହାରେ ହୋଇଥିବା ପ୍ରବଳ ବନ୍ୟାରେ ବହୁ ଲୋକଙ୍କ କାର୍‌ ଭାସିଯାଇଥିଲା । ଏବେ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ଆଉ ଏକ ଲଘୁଚାନ ସୃଷ୍ଟି ହୋଇଛି । ଯାହା ଫଳରେ ପୁଣି ପ୍ରବଳ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି ଚେନ୍ନାଇରେ । ଲୋକେ ନିଜ କାର ଭାସିଯିବା ଭୟରେ ନିଜର କାରଗୁଡ଼ିକୁ ଉଚ୍ଚ ସ୍ଥାନ ଓ ଓଭର ବ୍ରିଜ ଉପରେ ପାର୍କିଂ କରୁଥିବା ଦେଖାଯାଇଛି ।

ଥାନ୍ତତାଇ ପେରିଆର କଲୋନୀର ସୂର୍ଯ୍ୟ କେ ତାଙ୍କର ଜାଇଲୋ କାର୍‌ କୁ ତାଙ୍କ ଘର ନିକଟସ୍ଥ ଓଭରି ବ୍ରିଜରେ ପାର୍କିଂ କରିଥିବା ବେଳେ ରଂଗନାଥ ନାମକ ଜଣେ ବ୍ୟବସାୟୀ ତାଙ୍କର କାର୍‌ ଭେଲଚାରୀ ସ୍ଥିତ କମ୍ବର ଷ୍ଟ୍ରିଟରେ ପାର୍କିଂ କରିଛନ୍ତି । ଏବେ ବି ବହୁ ତଳି ଅଂଚଳ ପାଣି ଘେରରେ ରହିଛି । ପାଣିପାଗ ବିଭାଗ ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଓ୍ଵାଣ୍ଣିଂ ଦେଇଥିବାରୁ ଲୋକେ ଆଗୁଆ ସତର୍କ ସ୍ୱରୁପ ଏଭଳି ପଦକ୍ଷେପ ନେଇଛନ୍ତି । ଫଳରେ ଓଭର ବ୍ରିଜ ଉପରେ କାରର ଲମ୍ବା ଲାଇନ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.