ଆଫଗାନିସ୍ତାନରେ ଘୂର୍ଣ୍ଣିଝଡ ଓ ପ୍ରବଳ ବର୍ଷା ତାଣ୍ଡବ: ୩୫ ମୃତ, ଜନଜୀବନ ଅସ୍ତବ୍ୟସ୍ତ

ଆଫଗାନିସ୍ତାନରେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପୂର୍ବ ଆଫଗାନିସ୍ତାନରେ ଘୂର୍ଣ୍ଣିଝଡ ଏବଂ ପ୍ରବଳ ବର୍ଷା ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ କହିବାନୁଯାୟୀ, ପ୍ରକୃତିର ତାଣ୍ଡବ ଯୋଗୁଁ ଅନେକ ଲୋକ ଆହତ ହେବା ସହିତ ପ୍ରଭାବିତ ମଧ୍ୟ ହୋଇଛନ୍ତି ।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତକ ଏବଂ ଆହତଙ୍କ ମଧ୍ୟରେ ମହିଳା ଏବଂ ପିଲା ସାମିଲ ରହିଛନ୍ତି । ବିଭିନ୍ନ ସ୍ଥାନରେ ସଂପତ୍ତି ଏବଂ ଫସଲ ମଧ୍ୟ ନଷ୍ଟ ହୋଇଛି । ୨୦୭ରୁ ଅଧିକ ଆହତ ହୋଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କୁ ରକ୍ତଦାନ କରିବା ପାଇଁ ସ୍ଥାନୀୟ ଲୋକ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଆଫଗାନିସ୍ତାନରେ ୧୦ ଏବଂ ୧୧ ମଇରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ଘର ନଷ୍ଟ ହୋଇଥିଲା ।

ଆସାମର ୨୪ଟି ଜିଲ୍ଲାର ୧୨.୩୩ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୭୫ଟି ରାଜସ୍ୱ ଗ୍ରାମ ଅନ୍ତର୍ଗତ ୨୪୦୬ଟି ଗାଁ ଏବଂ ସେଠାକାର ୩୨୯୨୪.୩୨ ହେକ୍ଟର ଫସଲ ଜମି ଏବେ ବି ବନ୍ୟା ପାଣିରେ ବୁଡ଼ି ରହିଛି ।