ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀଙ୍କୁ ଆଲର୍ଟ କରୁଛି ଏୟାରଲାଇନ୍ସ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବା ଯୋଗୁଁ ମୁମ୍ବାଇ ଓ ପୁଣେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଯାହାର ପ୍ରଭାବ ବିମାନ ଚଳାଚଳ ଉପରେ ମଧ୍ୟ ପଡିଛି । ଏୟାରଲାଇନ୍ସ କମ୍ପାନୀ ନିଜ ଯାତ୍ରୀଙ୍କ ବିମାନ ଉଡାଣ ଓ ଅବତରଣକୁ ନେଇ ଆଲର୍ଟ ଜାରି କରିଛି । ଇଣ୍ଡିଗୋ ଏୟାରଲାଇନ୍ସ ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ଉଡାଣରେ ବିଳମ୍ବ ହେଉଛି । ତେଣୁ ଏୟାରପୋର୍ଟ ଆସିବା ପୂର୍ବରୁ ଯାତ୍ରୀ ନିଜର ବିମାନ ଉଡାଣ ସମୟ ଓ ସ୍ଥିତି ଚେକ୍‌ କରି ଆସନ୍ତୁ ବୋଲି ଏୟାରଲାଇନ୍ସ ଅନୁରୋଧ କରିଛି ।

ଏୟାର ଇଣ୍ଡିଆ କହିଛି କି, ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଉଡାଣ ପ୍ରଭାବିତ ହୋଇଛି । ତେଣୁ ଅନେକ ଉଡାଣ ରଦ୍ଦ ହୋଇଛି, ଆଉ କେତେକର ରୁଟ୍‌ ପରିବର୍ତ୍ତନ ହୋଇଛି । ଏୟାର ଇଣ୍ଡିଆ ୨୫ ଜୁଲାଇକୁ ଯାତ୍ରା କରୁଥିବା ଯାତ୍ରୀ ବୁକିଂ ପାଇଁ ଟଙ୍କା ଫେରସ୍ତ ନଚେତ ଆଉ ଥରେ ନିଶୁଳ୍କ ବୁକିଂ ପାଇଁ ଅପିଲ କରିଛନ୍ତି । ଯଦି କିଛି ସହାୟତା ଆବଶ୍ୟକ ପଡେ, ତେବେ ୦୧୧ ୬୯୩୨୯୩୩୩, ୦୧୧ ୬୯୩୨୯୯୯୯ କୁ ସଂପର୍କ କରନ୍ତୁ ।

ସେହିପରି ସ୍ପାଇସ ଜେଟ କହିଛି କି, ମୁମ୍ବାଇରେ ପାଣିପାଗ ଖରାପ ଥିବା କାରଣରୁ, ସମସ୍ତ ଉଡାଣ ଏବଂ ଆଗମନ ପ୍ରଭାବିତ ହୋଇଛି । ଯାତ୍ରୀଙ୍କୁ ଅନୁରୋଦ ନିଜ ଉଡାଣ ସ୍ଥିତିକୁ ଧ୍ୟାନରେ ରଖି ଯାତ୍ରା କରନ୍ତୁ ।