କର୍ଣ୍ଣାଟକରେ ବର୍ଷା ବିତ୍ପାତ: ଅନେକ ସ୍ଥାନ ଜଳମଗ୍ନ, ୟେଲହଙ୍କା ହ୍ରଦ ଉଛୁଳି ଘରେ ପାଲା ପାଣି

କର୍ଣ୍ଣାଟକ: ଆନ୍ଧ୍ର ଓ ତାମିଲନାଡ଼ୁ ପରେ କର୍ଣ୍ଣାଟକରେ ବର୍ଷା ବିତ୍ପାତ । ଗତକାଲି ବେଙ୍ଗାଲୁରୁରେ ବର୍ଷା ଲାଗିରହିଥିବାବେଳେ ଆଜି ବର୍ଷା କମିଛି। କର୍ଣ୍ଣାଟକର କିଛି ଅଞ୍ଚଳରେ ଏବେ ବି ବର୍ଷା ଲାଗିରହିଛି । ଗତକାଲି ୟେଲହଙ୍କା ହ୍ରଦ ଉଛୁଳିବାରୁ ପାଖରେ ଥିବା ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି।

ଦକ୍ଷିଣ କର୍ଣ୍ଣାଟକ ସମେତ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି । ଅନେକ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିଛି। ଏନଡିଆରଏଫ୍‌ ଓ ଏସଡିଆରଏଫ ଟିମ୍‌ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ମୁତୟନ ହୋଇଛନ୍ତି । ପ୍ରବଳ ବର୍ଷାରେ ଅନେକ ଘରଦ୍ୱାର ନଷ୍ଟ ହୋଇଯାଇଛି । କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ପୁଡୁଚେରୀରେ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି।

Leave A Reply

Your email address will not be published.