ବରଫ ଚାଦର ତଳେ ଜାମ୍ମୁ କାଶ୍ମୀର, ପର୍ଯ୍ୟଟକ ନେଉଛନ୍ତି ମଜା

ଜାମ୍ମୁ: ଜାମ୍ମୁ କାଶ୍ମୀରରେ ଗତ କିଛି ଦିନ ଚାଲିଛି ବରଫ ପାତ । ଚାରିଆଡ଼େ ବରଫ ଢାଙ୍କି ହୋଇଛି ଠିକ୍ ଏକ ଧଳା ଚାଦର ଭଳି । ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଅଧିକ ମାତ୍ରାରେ ବରଫ ପଡୁଛି । ଏଥିରେ ସ୍ଥାନୀୟ ଲୋକ ହଇରାଣ ହେଉଥିବା ବେଳେ ପର୍ଯ୍ୟଟକ କିନ୍ତୁ ବରଫର ମଜା ନେଉଛନ୍ତି ।

ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ଏଠାରେ ଏବେ ତାପମାତ୍ରା ମାଇନସ୍ ୧୦ ଡିଗ୍ରୀ ରହିଛି। ପ୍ରାୟ ୬ ଇଞ୍ଚ ବହଳର ବରଫ ପଡ଼ିଥିବା ଦେଖିବାକୁ ମିଳିଛି । ସେପଟେ ଶ୍ରୀନଗରରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା । ଏହା ଫଳରେ ତାପମାତ୍ରା କମିଛି।