ରେଡିଓ ଟାୱାର ସହ ଧକ୍କା ହୋଇ କ୍ରାସ୍ ହେଲା ହେଲିକପ୍ଟର, ଜଣେ ଶିଶୁ ସମେତ ୪ ମୃତ

ଆମେରିକାର ହ୍ୟୁଷ୍ଟନରେ ଏକ ହେଲିକପ୍ଟର କ୍ରାସ୍ ହୋଇଛି । ରବିବାର ରାତିରେ ହେଲିକପ୍ଟରଟି ରେଡିଓ ଟାୱାର ସହ ଧକ୍କା ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ।

ଅଧିକାରୀଙ୍କ ସୂଚନା ମୁତାବକ, ଆର୍44 ହେଲିକପ୍ଟର ହ୍ୟୁଷ୍ଟନର ଏଲିଙ୍ଗଟନ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ପ୍ରାୟ ୧୫ ମାଇଲ୍ ଦୂରରେ ଥିବା ସେକେଣ୍ଡ ୱାର୍ଡରେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଦୁର୍ଘଟଣା କେଉଁ କାରଣରୁ ହେଲା, ତାହାର ସଠିକ୍ ସୂଚନା ଏ ପର୍ଯନ୍ତ ମିଳିପାରି ନାହିଁ ।

ହ୍ୟୁଷ୍ଟନ ସହରର କାଉନସିଲ୍ ସଦସ୍ୟ ମାରିଓ କାଷ୍ଟିଲୋ କହିଛନ୍ତି, ସେକେଣ୍ଡ ୱାର୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟର ସରକାରୀ ମାଲିକାନାରେ ନ ଥିଲା, ବରଂ ଏହାକୁ ଏକ ଘରୋଇ ପର୍ଯ୍ୟଟନ କମ୍ପାନୀ ପରିଚାଳନା କରୁଥିଲା ।

ଦୁର୍ଘଟଣାରେ ମୃତକମାନଙ୍କ ପରିଚୟ ଏବଂ ବୟସ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଦମକଳ ବିଭାଗ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏ ନେଇ ଏକ ପୋଷ୍ଟ କରିଥିଲା ।