ଦେଶ ବିଦେଶ

ଦକ୍ଷିଣ କୋରିଆରେ ପାହାଡ଼ରେ ପିଟିହେଲା ହେଲିକାପ୍ଟର, ଦୁର୍ଘଟଣାରେ ୫ ଯାତ୍ରୀଙ୍କ ମୃତ୍ୟୁ

ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗରେ ରବିବାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକାପ୍ଟରଟି ୟାଙ୍ଗୟାଙ୍ଗର ବୁଦ୍ଧ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଏଥିରେ ଥିବା ୫ ଜଣ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ରିପୋର୍ଟ ମୁତାବକ, ମୃତକମାନଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି। ଅଧିକାରୀମାନେ ପ୍ରଥମେ କେବଳ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଅବଗତ ଥିଲେ। ପରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଥିଲେ।

ଅଧିକାରୀମାନେ କହିଛନ୍ତି କି, ୟାଙ୍ଗୟାଙ୍ଗ, ସୋକ୍‌ଚୋ ଏବଂ ଗୋସିୟୋଙ୍ଗର ସ୍ଥାନୀୟ ସରକାରଙ୍କ ଦ୍ୱାରା ଲିଜ୍‌ରେ ନିଆଯାଇଥିବା ଏକ S-58T ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକାପ୍ଟରଟି ଜଙ୍ଗଲ ନିଅାଁର ସର୍ଭେକ୍ଷଣ କରିବା ସମୟରେ ସକାଳ ପ୍ରାୟ ୧୦ଟା ୫୦ରେ ଏକ ପାହାଡ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଧିକାରୀଙ୍କ ମୁତାବକ, ଆମେରିକୀୟ ନିର୍ମାତା ସିକୋରସ୍କିଙ୍କ ଦ୍ୱାରା ନିର୍ମିତ ଏହି ହେଲିକାପ୍ଟର ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ନିଆଁ ଲାଗି ଫାଟି ଯାଇଥିଲା। କିନ୍ତୁ ନିଆଁ ବିସ୍ତାର ହେବାର ସମ୍ଭାବନା ନାହିଁ, କାରଣ, ଏହାକୁ ପ୍ରାୟତଃ ଲିଭାଇ ଦିଆଯାଇଛି।

ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କର ହେଲିକାପ୍ଟର ଭିତରେ ହିଁ ମୃତ୍ୟୁ ଘଟିଥିଲା, କିନ୍ତୁ ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟକର ଥିଲା। କାହିଁକି ନା, ନିଆଁ ଲିଭାଯାଉଥିବାରୁ ବିସ୍ଫୋରଣ ହେବାର ଆଶଙ୍କା ରହିଥିଲା। ଅଗ୍ନିଶମ ଅଧିକାରୀମାନେ ଘଟଣାସ୍ଥଳରେ ୧୧୪ କର୍ମୀଙ୍କୁ ନିୟୋଜିତ କରିଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପ୍ରାୟତଃ ସରିଯାଇଛି। ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି।

Roshni

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

14 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

47 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

49 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

56 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago