କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଏୟାରଲିଫ୍ଟ ସମୟରେ ଆକାଶରୁ ଖସିଲା

କେଦାରନାଥ ଧାମରେ ପୁଣିଥରେ ହେଲିକପ୍ଟର ଦୁର୍ଘଟଣା । ଭାରତୀୟ ବାୟୁସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟରର । ଉତ୍ତରାଖଣ୍ଡର କଦୋରନାଥ ଧାମରେ ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଛି । MI-17 ହେଲିକପ୍ଟର ଏକ ପୁରୁଣା ହେଲିକପ୍ଟରକୁ ଟାଙ୍ଗି ଆଣୁଥିବା ବେଳେ ରାମବାଡ ପାଖରେ ମନ୍ଦାକିନୀ ନଦୀ ନିକଟରେ ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଖସିପଡିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୂଚନା ମୁତାବକ, ମଇ ୨୪ରେ ଲ୍ୟାଣ୍ଡିଂ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଖରାପ ହୋଇଯାଇଥିଲା । ଏହାକୁ ଠିକ୍‌ କରିବା ପାଇଁ ଭାରତୀୟ ବାୟୁସେନାର ବିମାନ MI-17 କ୍ରିଷ୍ଟାଲ ହେଲିକପ୍ଟରକୁ ସଜାଡିବା ପାଇଁ ଏୟାରଲିଫ୍ଟ କରିଥିଲା । ତେବେ  ମଝି ଆକାଶରେ ଚେନ ଛିଡି ଯିବାରୁ ହେଲିକପ୍ଟରଟି ଖସି ପଡିଥିଲା । ଫଳରେ ମନ୍ଦାକିନୀ ନଦୀ ନିକଟରେ ଖସିପଡି ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ସୂଚନାଯୋଗ୍ୟ, ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ଏହି ହେଲିକପ୍ଟର ପୂର୍ବରୁ ଯାତ୍ରୀମାନଙ୍କୁ କେଦାରନାଥ ମନ୍ଦିରକୁ ନେବା ଆଣିବା କରୁଥିଲା । ମେ’ ୨୪ରେ ଲ୍ୟାଣ୍ଡିଂ ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ହେଲିକପ୍ଟରକୁ ମରାମତି ଉଦେଶ୍ୟରେ ବାୟୁସେନାର MI 17 ବିମନା ସାହାଯ୍ୟରେ ଏୟାରଲିଫ୍ଟ କରାଯାଇ ଗୌଚର ଏୟାରଷ୍ଟ୍ରିପକୁ ପଠାଯାଉଥିଲା । ଏହି ସମୟରେ MI 17 ବିମାନ ର ଚେନ୍‌ ଛିଣ୍ଡିଯିବା ଯୋଗୁଁ ଏୟାରଲିଫ୍ଟ ହେଲିକପ୍ଟରଟି ଖସିପଡିଥିଲା । ତେବେ ଏସଡିଆରଏଫ ଟିମ୍‌ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣାରେ କୌଣସି ପ୍ରକାରର ଜନହାନୀ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like