ଉତ୍ତର ଭାରତର ସ୍ୱତନ୍ତ୍ର ପର୍ବ ହରିୟାଲି ତିଜରେ ହେମା ମାଳିନୀଙ୍କ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ
ଉତ୍ତର ଭାରତର ସ୍ୱତନ୍ତ୍ର ପର୍ବ ହରିୟାଲି ତିଜ । ବର୍ଷର ୫ମ ମାସରେ ଏହି ପର୍ବ ପାଳନ କରାଯାଏ। ସଧବା ମହିଳାମାନେ ଏହି ପର୍ବକୁ ଖୁବ୍ ନିରାଡମ୍ବର ସହକାରେ ପାଳନ କରନ୍ତି। ଏହି ଅବସରରେ ମଥୁରାର ଶ୍ରୀ ରାଧା ରମଣ ମନ୍ଦିରରେ ଝୁଲଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମା ମାଳିନୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଛନ୍ତି । ରାଧାଙ୍କ ରୂପରେ ହେମା ମାଳିନୀ ଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଗୋଲାପୀ ଓ ନାଲି ରଙ୍ଗର ଲେହେଙ୍ଗାରେ ଖୁବ୍ ସୁନ୍ଦର ଦିଶୁଥିଲେ ହେମା। ହେମା ମାଳିନୀଙ୍କ ନୃତ୍ୟ ସହ ଭକ୍ତଙ୍କ ସଙ୍କୀର୍ତ୍ତନ ଭକ୍ତିର ମାହୋଲ ସୃଷ୍ଟି କରିଥିଲା । ହେମାମାଳିନୀଙ୍କ ନୃତ୍ୟ ଦେଖିବାକୁ ମନ୍ଦିରରେ ଖୁବ୍ ଭିଡ ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।