ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ !

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଫେରିବେ ହେମନ୍ତ ସୋରେନ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ । ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ ବାସଭବନରେ, ଇଣ୍ଡିଆ ବ୍ଲକର ବୈଠକ ହୋଇଥିଲା । ଯେଉଁଥିରେ ହେମନ୍ତ ସୋରେନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚମ୍ପେଇ ସୋରେନଙ୍କ ଇସ୍ତଫା ପରେ ନୂଆ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେବ।

ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଫେବ୍ରୁଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ ଚମ୍ପେଇ ସୋରେନ। ଜାନୁଆରୀ ୩୧ ତାରିଖରେ, ଏକ ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି। ଗତ ଜୁନ ୨୮ ତାରିଖରେ ହେମନ୍ତ ସୋରେନଙ୍କୁ ଜାମିନ ମିଳିଥିଲା।