ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ଶପଥ ସମାରୋହରେ ଯୋଗ ଦେଲେ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ

 ଝାଡ଼ଖଣ୍ଡରେ ହେମନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଏମଏମ ନେତା ହେମନ୍ତ ସୋରେନ । ରାଞ୍ଚିର ମୋରହାବାଡି ପଡ଼ିଆରେ ଆୟୋଜିତ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର । ଝାଡଖଣ୍ଡରେ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସରକାର ବିପୁଳ ବିଜୟ ହାସଲ କରିଛି । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ।

ରାଞ୍ଚିର ମୋରାଦାବାଦି ପଡିଆରେ ଝାଡଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ହେମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ଦେଖିବାକୁ ମିଳିଥିଲା ଇଣ୍ଡିଆ ମେଣ୍ଟର ଏକତା। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଆରଜେଡି ନେତା ତେଜସ୍ୱୀ ଯାଦବ, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଶିବସେନା ୟୁବିଟି ଓ ଏନସିପି ଶରଦ ପାୱାର ଦଳର ପ୍ରତିନିଧିମାନେଯୋଗ ଦେଇଥିଲେ। ଶପଥ ଗ୍ରହଣ ବେଳେ ମଂଚରେ ଉପସ୍ଥିତ ଥିଲେ ଜେଏମଏମ ପ୍ରତିଷ୍ଠାତା ତଥା ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନ ଓ ମାଆ ରୁପି ସୋରେନ ଉପସ୍ଥିତ ଥିଲେ। ଆଜି ହେମନ୍ତ ଚତୁର୍ଥ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୮୧ରୁ ୫୬ଟି ଆସନରେ ବୃହତ ବିଜୟ ଲାଭ କରିଥିଲା। ଜେଏମଏମକୁ ୩୫ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୬, ଆରଜେଡିକୁ ୪, ସିପିଆଇଏମଏଲକୁ ୨ଟି ଆସନ ମିଳିଥିଲା। ବିଜେପି ନେତୃତ୍ବାଧୀନ ଏନଡିଏ ମାତ୍ର ୨୪ ଆସନରେ ବିଜୟୀ ହେବାରେ ସଫଳ ହୋଇଥିଲା।

You might also like