ମଝି ରାସ୍ତାରେ ପୋଲିସକୁ ନିର୍ଧୂମ ଛେଚିଲେ ଓକିଲ, ଉଦ୍ଧାର କଲେ ଲୋକେ, ଦେଖନ୍ତୁ ଭାଇରାଲ ଭିଡିଓ

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ ଓକିଲ-ପୋଲିସ ମଧ୍ୟରେ ଚାଲିଥିବା ବିବାଦ ଏବେ ବି ଥମିନି। ଏବେ କଡକଡଡୁମା କୋର୍ଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି, କିଛି ଓକିଲ ଏକ ପୋଲିସ କର୍ମଚାରୀଙ୍କୁ ନିର୍ଧୂମ ଛେଚୁଛନ୍ତି। ସୂଚନା ମୁତାବକ, ଓକିଲ ଓ ପୋଲିସ ମଧ୍ୟରେ ମାମୁଲି କଥାକୁ ନେଇ ହାତାହାତି ପରିସ୍ଥିତି ଉପୁଜିଥିଲା। ଏହାପରେ ଓକିଲମାନେ ରାଗିକି ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ଏହାସହ ପଢ଼ନ୍ତୁ: ଏଠାରେ ମାଗଣାରେ ମିଳୁଛି ଘର ଆଉ କ୍ୟାଶ୍‌ ବୋନସ୍‌, ବାସ୍‌ ସର୍ତ୍ତ ଗୋଟିଏ, ଦମ୍ପତିଙ୍କର ଛୁଆ ହେବା ନିହାତି ଜରୁରୀ!


କିଛି ଓକିଲ ବାଇକ୍‌ ଉପରେ ବସିଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। କିନ୍ତୁ କିଛି ଲୋକ ସେମାନଙ୍କ ମଧ୍ୟରେ ପଶି ପୋଲିସ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରୁଛନ୍ତି। ତେବେ ତାଙ୍କୁ ଗମ୍ଭୀର ଭାବେ ଆଘାତ ଲାଗିଥିବା ଜଣାପଡ଼ିଛି। ସେହିପରି ଆଉ ଏକ ଭିଡିଓରେ କିଛି ଓକିଲ ଲୋକଙ୍କୁ ହଇରାଣ କରୁଥିବା ଦେଖାଯାଉଛି।

Leave A Reply

Your email address will not be published.