ଏଠି ବଡ଼ ବଡ଼ ଟାଙ୍କିରେ ଶହ ଶହ ବର୍ଷ ଧରି ରହିଛି ମଣିଷ ଶବ! ମୃତ ଲୋକଙ୍କୁ ପୁଣିଥରେ ବଞ୍ଚେଇବା ପାଇଁ ଚାଲିଛି ପରୀକ୍ଷଣ; ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ। ଯଦି ଭଗବାନ ଚାହିଁବେ, ତ ମଣିଷ ବଡ଼ ଦୁର୍ଘଟଣାରୁ ମଧ୍ୟ ରକ୍ଷା ପାଇଯିବ। ଅନେକ ବାର ଶୋଇଥିବା ଲୋକର ବି ଜୀବନ ଚାଲି ଯାଉଛି। ତେଣୁ ଏଠି ମଣିଷର ଜୀବନ ଓ ମୃତ୍ୟୁ କେବଳ ସେହି ଜଣେ ହିଁ ସ୍ଥିର କରିଥାଏ। ହେଲେ ଏଠି ମଣିଷ ସବୁବେଳେ ପ୍ରକୃତି ସହିତ ହିଁ ପ୍ରତିଦ୍ୱନ୍ଦ୍ୱିତା କରି ଆସୁଛି। ନୂଆ ନୂଆ ଉଦ୍ଭାବନ ଏବଂ ଆବିଷ୍କାର ମାଧ୍ୟମରେ ପ୍ରକୃତିକୁ କଡ଼ା ଟକ୍କର ଦେଉଛି ଆଜିର ମଣିଷ। ଏହାରି ଭିତରେ ଏବେ ସୋସିଆଲ ମିଡିଆରେ ଆମେରିକାର ଏମିତି ଏକ ଲ୍ୟାବ୍‌ର ଫଟୋ ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଥରି ଉଠିବେ। କୁହାଯାଉଛି କି, ଏଠାରେ ମୃତଦେହଗୁଡ଼ିକୁ ବଞ୍ଚେଇବା ପାଇଁ ବୈଜ୍ଞାନିକମାନେ ଏକ୍ସପେରିମେଣ୍ଟ ଚଳାଇଛନ୍ତି।

ସମୟ ସହିତ ତାଳ ଦେଇ ଚିକିତ୍ସା ଜଗତ ବହୁ ଅଗ୍ରଗତି କରିଛି। ଏଥିରେ ଏମିତି କିଛି ଟୋକ୍ନୋଲୋଜି ରହିଛି, ଯାହା ବିଷୟରେ ଆପଣ ଭାବି ସୁଦ୍ଧା ପାରିବେ ନାହିଁ। ଏ ସବୁ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ବର୍ତ୍ତମାନ ସମସ୍ତ ଟେକ୍ନୋଲୋଜିକୁ ପଛେଇ ପକାଇ ଦେଲା ଭଳି ଏକ ଅଦ୍ଭୁତପୂର୍ଣ୍ଣ ଏକ୍ସପେରିମେଣ୍ଟ ଚର୍ଚ୍ଚାରେ ଅଛି। ଆମେରିକାରେ ଏହି ଟେକ୍ନୋଲୋଜି ମାଧ୍ୟମରେ ମୃତ ଲୋକଙ୍କୁ ପୁଣିଥରେ ଜୀବିତ କରାଯିବା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍‌ ସତ। ଆସନ୍ତୁ ଜାଣିବା ଏହା ବିଷୟରେ।

ଆମେରିକାରେ ଏହି ଟେକ୍ନୋଲୋଜିକୁ ‘କ୍ରାୟୋନିକ୍ସ’ କୁହାଯାଏ। ଏରିଜୋନାରେ ନିର୍ମିତ ଏକ ଲ୍ୟାବରେ ଏହି ଟୋକ୍ନୋଲୋଜି ଜରିଆରେ ଅନେକ ମୃତଦେହକୁ ଜୀବନ୍ତ କରାଯିବା ଆଶାରେ ଗଚ୍ଛିତ କରି ରଖାଯାଇଛି। ଏଥିରେ ଅନେକ ଧନୀ ଲୋକ ରହିଛନ୍ତି, ଯେଉଁମାନେ ମୃତ୍ୟୁ ପୂର୍ବରୁ ପୁନର୍ବାର ବଞ୍ଚିବା ଆଶାରେ ନିଜ ମୃତଦେହକୁ ଲ୍ୟାବକୁ ଦେଇଥିଲେ। ଏହା ପ୍ରତିବଦଳରେ ସେମାନେ ମୃତ୍ୟୁ ପୂର୍ବରୁ ଲ୍ୟାବକୁ ମୋଟା ଅଙ୍କର ଟଙ୍କା ମଧ୍ୟ ଦେଇଥିଲେ। ଏହି ଲୋକମାନେ ପୁନର୍ବାର ବଞ୍ଚିବା ନେଇ ଆଶା ରଖିଥିଲେ। ଏଥିପାଇଁ ସେମାନେ ନିଜ ମୃତ ଶରୀରକୁ ବଞ୍ଚାଇବା ପାଇଁ ଲ୍ୟାବକୁ ହସ୍ତାନ୍ତର କରାଇଥିଲେ।

ଏମିତି କାମ କରିଥାଏ ଟେକ୍ନୋଲୋଜି

ଆସନ୍ତୁ ଜାଣିବା କ’ଣ ଏହି ‘କ୍ରାୟୋନିକ୍ସ’। ଏଥିରେ ମୃତ ଶରୀରକୁ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରଖାଯାଇଥାଏ। ଏହାଦ୍ୱାରା ମୃତ୍ୟୁର ଅନେକ ବର୍ଷ ପର୍ଯ୍ୟନ୍ତ ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚି ନ ଥାଏ। ଏମିତିରେ ଯେବେ କେବେ ଭବିଷ୍ୟତରେ ମୃତ ଶରୀରକୁ ବଞ୍ଚାଇ ରଖିବାର ଟେକ୍ନୋଲୋଜି ଆସିବ, ତ ଏହି ମୃତଦେହଗୁଡ଼ିକୁ ପୁଣିଥରେ ଜୀବିତ କରି ଦିଆଯିବ। ଏହି ଆଶାରେ ମୃତ ଲୋକଙ୍କୁ ବଡ଼ ବଡ଼ ଟାଙ୍କିରେ ଷ୍ଟୋର୍‌ କରାଯାଉଛି। ଏହି ଟୋକ୍ନୋଲୋଜିକୁ ନେଇ ବିଶେଷଜ୍ଞମାନଙ୍କ କହିବା ହେଲା, ଆଜକୁ ଶହେ ବର୍ଷ ପୂର୍ବେ ଚନ୍ଦ୍ରକୁ ଯିବା ଅସମ୍ଭବ ଥିଲା। କିନ୍ତୁ ଆଜି ଏହା ସମ୍ଭବ ହୋଇ ପାରିଛି। ଏମିତିରେ କୌଣସି ଟୋକ୍ନୋଲୋଜି ମୃତ ଲୋକଙ୍କୁ ବଞ୍ଚେଇ ପାରିବ, ଏହି ଆଶା ରଖିବା ବି କିଛି ଭୁଲ୍ ନୁହେଁ।

Roshni

Recent Posts

ପୁରୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ଭୁବନେଶ୍ୱର (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅଶ୍ବିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ…

23 mins ago

ଟି୨୦ ବିଶ୍ୱକପ ୨୦୨୪: ଆଜି ଭାରତ-ଆମେରିକା ମୁହାଁମୁହିଁ, ବିରାଟଙ୍କ ଓ୍ଵିକେଟ ନେଇ ଫ୍ୟାନ୍ସଙ୍କୁ ଝଟକା ଦେବାକୁ ଚାହୁଁଛନ୍ତି ଅଲ୍ଲୀ

ଟି-୨୦ ବିଶ୍ୱକପରେ ଆଜି ମୁହାଁମୁହିଁ ଭାରତ-ଆମେରିକା । ଦୁଇଟି ଯାକ ଟିମ୍‌ ଗ୍ରୁପ ଏରେ ଦୁଇଟି ଦୁଇଟି ମ୍ୟାଚ ଜିତିଛନ୍ତି…

40 mins ago

ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ପ୍ରକୋପ ଦେଖାଇଲାଣି ଡେଙ୍ଗୁ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ହେଲେ ଏବେ ଠୁ କାୟା ମେଲାଇଲାଣି ଡେଙ୍ଗୁ, ଗତବର୍ଷ ଏହି…

41 mins ago

ରିଲିଜ ହେଲା ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର, ଭିଡିଓ ଦେଖି ଫ୍ୟାନ୍ସ ମନେ ପକାଇଲେ ‘ମହାଭାରତ’

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି ।…

42 mins ago

SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ, ଯୁଦ୍ଧକାଳୀନ ଭିତିରେ ଚାଲିଛି ନିଆଁ ଲିଭା କାର୍ଯ୍ୟ

କଟକ (କେନ୍ୟୁଜ): SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ । କଟକ SCB ଟ୍ରମା କେୟାର ICUର AC ଆଉଟଡୋରରେ ଲାଗିଛି…

51 mins ago

ଭୂମିକମ୍ପରେ ଥରିଲା ଦକ୍ଷିଣ କୋରିଆ, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି…

1 hour ago