ମୁମ୍ବାଇର ନବସେଭା ବନ୍ଦରରୁ ୧୮ଶହ କୋଟିର ହେରୋଇନ ଭର୍ତ୍ତି କଣ୍ଟେନର ଜବତ

ମୁମ୍ବାଇ(କେନ୍ୟୁଜ୍): ମୁମ୍ବାଇରୁ ୧୮ଶହ କୋଟିର ହେରୋଇନ ଜବତ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମୁମ୍ବାଇର ନବସେଭା ବନ୍ଦରରୁ ହେରୋଇନ ଭର୍ତ୍ତି କଣ୍ଟେନର ଜବତ କରିଛି। ଲିକୋରିସ କୋଟେଡ ହେରୋଇନର ଅନ୍ତର୍ଜାତୀୟ ବଜାର ମୂଲ୍ୟ ଏକହଜାର ୭୨୫ କୋଟି ହେବ ବୋଲି ଜଣାପଡ଼ିଛି। ହେରୋଇନ କାରବାର ବିରୋଧରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ଏହା ବଡ଼ ସଫଳତା ବୋଲି କୁହାଯାଇଛି।

ନିଶାକାରବାର ନେଇ କିଛିଦିନ ତଳେ ୨ଆଫ୍‌ଗାନ ନାଗରିକଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ସେମାନଙ୍କ ଠାରୁ ନାର୍କୋ ଟେରର ସଂପର୍କରେ ସୂଚନା ପାଇଥିଲା ପୋଲିସ। ସେମାନଙ୍କୁ ଅଧିକ ପଚରାଉଚରା ପରେ ମୁମ୍ବାଇର ପୋର୍ଟରେ ଏକ କଣ୍ଟେନରରେ ୨୨ଟନର ହେରୋଇନ ଥିବା ଜଣାପଡ଼ିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପେଶାଲ ପୋଲିସ କମିସନର ଏଚଜିଏସ ଧଲିନୱାଲ କହିଛନ୍ତି।

୨ ଅଭିଯୁକ୍ତଙ୍କୁ ନେଇ ମୁମ୍ବାଇ ନବସେଭା ବନ୍ଦରୁ କଣ୍ଟେନର ଭର୍ତ୍ତି ହେରୋଇନକୁ ପୋଲିସ ଜବତ କରିଛି। ଏହା ଦିଲ୍ଲୀ ପୋଲିସର ଦ୍ୱାରା ସବୁଠାରୁ ବୃହତ ହେରୋଇନ ଜବତ ବୋଲି କୁହାଯାଇଛି।

Leave A Reply

Your email address will not be published.