ଇସ୍ରାଏଲ ମିଲିଟାରୀ ବେସ ଉପରେ ହିଜବୁଲ୍ଲାର ଡ୍ରୋନ ଆକ୍ରମଣ,୪ ଇସ୍ରାଏଲ ସୈନ୍ୟ ମୃତ, ୫୮ ଆହତ

ଇସ୍ରାଏଲ ମିଲିଟାରୀ ବେସ ଉପରେ ହିଜବୁଲ୍ଲାର ଡ୍ରୋନ ଆକ୍ରମଣ ।  ୪ ଇସ୍ରାଏଲ ସୈନ୍ୟ ମୃତ, ୫୮ ଆହତ । ପରିସ୍ଥିତିକୁ ଦେଖି ଲେବାନନରୁ ୟୁଏନ ଶାନ୍ତି ସେନା ପ୍ରତ୍ୟାହାର ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ଦାବି କରିଛନ୍ତି ।

ଜାତିସଂଘ ଶାନ୍ତି ସେନା ଉପରେ ଇସ୍ରାଏଲ ହମଲା କରୁଥିବା ଅଭିଯୋଗ ହୋଇଆସୁଛି ।  ୟୁଏନ ଶାନ୍ତି ସେନାକୁ ହିଜବୁଲ୍ଲା ଢାଲ କରଥିବା ନେତେନ୍ୟାହୁ ଅଭିଯୋଗ କରିଆସୁଛନ୍ତି । ଏପଟେ ଉତ୍ତର ଲେବାନନରେ ହିଜବୁଲ୍ଲା ଉପରେ ଏୟାର ଷ୍ଟ୍ରାଇକ ଜାରି ରଖିଛି ଆଇଡିଏଫ।  ହିଜବୁଲ୍ଲା ବହୁ ଆଡ୍ଡା ଧ୍ବଂସ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି ।