ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହତ୍ୟା ଉଦ୍ୟମ । ଉତ୍ତର ଇସ୍ରାଏଲ କାଏସରିଆ ସ୍ଥିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘର ଉପରକୁ ଦୁଇଟି ରକେଟ୍ ମାଡ଼ କରିଛି ହିଜବୁଲ୍ଲା । ନେତାନ୍ୟାହୁଙ୍କ ଘର ପାଖରେ ସ୍ଥିତ କେସରିୟା ଅଞ୍ଚଳରେ ଏହି ବୋମା ମାଡ଼ ହୋଇଛି । ଘଟଣା ସମୟରେ ଘରେ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ପରିବାର ଲୋକେ ଘରେ ନଥିଲେ । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ସୁରକ୍ଷା ଏଜେନ୍ସି ।
ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଥିବା ଉଦ୍ୟାନରେ ଦୁଇଟି ବିସ୍ଫୋରଣ ଘଟିଛି ବୋଲି ପୋଲିସ ଏବଂ ସିନ୍ ବେଟ୍ ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ମିଳିତ ବିବୃତ୍ତିରେ କହିଛନ୍ତି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଅନ୍ୟପଟେ ଇସ୍ରାଏଲ୍ ରାଷ୍ଟ୍ରପତି ଇସହାକ ହର୍ଜୋଗ ଏହି ଘଟଣାକୁ ନେଇ ନିନ୍ଦା କରିବା ସହ ସାର୍ବଜନିକ କ୍ଷେତ୍ରରେ ହିଂସା ବୃଦ୍ଧି ବିରୋଧରେ ଚେତାବନୀ ଦେଇଛନ୍ତି ।
#Breaking Reports: 2 bombs fired at Israel Prime Minister Benjamin Netanyahu’s Caesarea house, no damage or injury reported. @netanyahu @IsraeliPM pic.twitter.com/jKogD7Edkb
— Mahalingam Ponnusamy (@mahajournalist) November 17, 2024
ସୂଚନାଯୋଗ୍ୟ, ଗତ ମାସ ଅକ୍ଟୋବର ୧୯ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏଥିରେ ଅଳ୍ପକେ ବର୍ତ୍ତିଯାଇଥିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ହିଜାବୁଲ୍ଲା ଉତ୍ତରୀ ଇସ୍ରାଏଲରେ ଅନେକ ରକେଟ ଆକ୍ରମଣ କରିଥିଲା ।