ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ଜାରି ହୋଇଛି ହାଇ ଆଲର୍ଟ। ଗତ ୨ମାସ ଧରି ଦିଲ୍ଲୀ ଟାର୍ଗେଟରେ ରହିଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ୨୦ହଜାରରୁ ଅଧିକ ଫୋର୍ସଙ୍କ ହାତରେ ରହିଛି ସୁରକ୍ଷା ଦାୟିତ୍ୱ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ କମିସନର ରାକେଶ ଅସ୍ଥାନା।
ଦୁଇ ମାସ ଧରି ଆତଙ୍କବାଦୀ ବିରୋଧୀ ଉପାୟ ଆପଣାଇଛି ଦିଲ୍ଲୀ ପୋଲିସ। ରାଜଧାନୀ ଦିଲ୍ଲୀ ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ଏହାକୁ ଦୃଷ୍ଟିରେ ରଖି ଡିସିପି, ଏସିପି, ଦିଲ୍ଲୀ ପୋଲିସ କମାଣ୍ଡୋ, ସିଏପିଏଫ କମାଣ୍ଡୋଙ୍କ ସହ ୨୦ ହଜାର ଫୋର୍ସ ଚଳିତଥର ମୁତୟନ କରାଯାଇଛି। ଏହାସହ ସହର ମଧ୍ୟରେ ଚେକିଂ, ଯାନବାହନ ଯାଞ୍ଚ, ହୋଟେଲ ଆଦି ମଧ୍ୟ ଯାଞ୍ଚ କରାଯାଉଥିବା ସେ କହିଛନ୍ତି।