ବାରାଣସୀ ଷ୍ଟେସନକୁ ଉଡାଇଦେବାକୁ ମିଳିଲା ଧମକ, ସୁରକ୍ଷାକୁ ଦୃଷ୍ଟିରେ ରଖି ଜାରି ହେଲା ହାଇଆଲର୍ଟ

ବାରାଣସୀ ଷ୍ଟେସନକୁ ବମ ଦ୍ବାରା ଉଡାଇଦିଆଯିବାର ଧମକ ମିଳିବା ପରେ ଗତ ସୋମବାର ବିଳମ୍ବିତ ରାତିରେ ଆରପିଏପ ଏବଂ ଜିଆରପିଙ୍କ ମଧ୍ୟରେ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହି ଘଟଣା ଜରିଆରେ ଅଲୀଗଢ ଜଙ୍ଗସନରେ ସୁରକ୍ଷା ଯାଞ୍ଚ କରିବା ପାଇଁ ଅଭିଯାନ ଜାରି କରାଯାଇଛି। ସୂଚନା ଅନୁଯାୟୀ ଧମକ ମିଳିବା ପରେ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ଅତ୍ୟଧିକ ବଢିଯାଇଛି।

varanasiଆରପିଏଫ ଏବଂ ଜିଆରପି ଗତ ସୋମବାର ବିଳମ୍ବିତ ରାତିରେ ଷ୍ଟେସନରେ ଯାଞ୍ଚ ଆରମ୍ଭ କରିଥିଲେ। ମେରଠ-ଇଲ୍ହାବାଦ ଲିଙ୍କ ଏକ୍ସପ୍ରେସର ସ୍ଲିପର ଏବଂ ଜେନେରାଲରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଯାଞ୍ଚ କରାଯାଇଥିଲା। ଏବଂ ଯାତ୍ରୀମାନଙ୍କର ଜିନିଷ ପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା। ଏଥିସହ ୨ ନମ୍ବର ପ୍ଲାଟଫର୍ମରୁ ୭ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିଲା।

upଏହି ଯାଞ୍ଚ ମାଧ୍ୟମରେ ଆରପିଏଫ ଯବାନମାନେ କିଛି ଅପରାଧିଙ୍କୁ ଧରିଥିଲେ। ଆରପିଏଫ ଇନ୍ସପେକ୍ଟର ଚମନ ସିଂହ ତୋମରଙ୍କ କହିବା ଅନୁଯାୟୀ, ବାରାଣସୀ ଷ୍ଟେସନକୁ ବମ ଦ୍ବାରା ଉଡା ଯିବାର ଖବର ମିଳିବା ପରେ ଅଧିକାରୀମାନଙ୍କୁ ହାଇଆଲର୍ଟର ମେସେଜ ମିଳିଥିଲା। ଏହାପରେ ଆପିଏଫ ଏବଂ ଜିଆରପିଙ୍କ ସହାୟତାରେ ଯାଞ୍ଚ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.