ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରସ୍ଥିତ କୋଚିଂ ସେଣ୍ଟରରେ ୩ ୟୁପିଏସ୍ସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ହାଇକୋର୍ଟ କୋଚିଂ ସେଣ୍ଟର ବେସ୍ମେଣ୍ଟର ୪ ସହ ମାଲିକଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଏହା ସହିତ ସେମାନଙ୍କୁ ୫ କୋଟି ଟଙ୍କା ଜମା କରିବାକୁ କହିଛନ୍ତି ।
ରିପୋର୍ଟ ମୁତାବକ, ଏହି ମାମଲାର ଅଭିଯୁକ୍ତ ପରବିନ୍ଦର ସିଂ, ସରବଜିତ୍ ସିଂ, ତଜିନ୍ଦର ସିଂ ଅଜମାନୀ ଓ ହରବିନ୍ଦର ସିଂଙ୍କୁ ହାଇକୋର୍ଟ ଜାନୁୟାରୀ ୩୦ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ସେମାନେ ଯାହା ବି କରିଛନ୍ତି, ତାହା କ୍ଷମାଯୋଗ୍ୟ ନୁହେଁ । ଏଥିରେ ସେମାନଙ୍କ ଲୋଭ ଦେଖାଯାଉଛି । କୋର୍ଟ ୪ ଜଣଙ୍କୁ ୫ କୋଟି ଟଙ୍କା ରେଡ୍କ୍ରସ୍ ସୋସାଇଟିକୁ ପ୍ରଦାନ କରିବାକୁ କହିଛନ୍ତି ।
କୋର୍ଟ ଏହି ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ହାଇକୋର୍ଟଙ୍କ ପୂର୍ବତନ ବିଚାରପତିଙ୍କ ଅଧୀନରେ ଏକ କମିଟି ଗଠନ କରିବାକୁ କହିଛନ୍ତି । କୌଣସି ବି କୋଚିଂ ସେଣ୍ଟର ଯେପରି ମାନଦଣ୍ଡ ଉଲ୍ଲଂଘନ କରି ସଞ୍ଚାଳନ ନ ହେବ, ତାହା ଏହି କମିଟି ଦ୍ୱାରା ସୁନିଶ୍ଚିତ କରାଯାଇ ପାରିବ ।