ଦିଲ୍ଲୀରେ ଚିନ୍ତା ବଢାଇଲା ବିଦ୍ୟୁତ ଚାହିଦା, ୫୦୨୯ ମେଗାୱାଟ ଛୁଇଁ ଭାଙ୍ଗିଛି ରେକର୍ଡ

ବର୍ତ୍ତମାନ ଦିଲ୍ଲୀରେ ବିଦ୍ୟୁତର ଚାହିଦା ୫୦୨୯ ମେଗାୱାଟରେ ପହଞ୍ଚିଛି । ଖରା ବଢିଲେ ବିଦ୍ୟୁତର ଚାହିଦା ୯୦୦୦ମେଗାୱାଟରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ଅଧିକାରୀମାନେ କହିଛନ୍ତି । ୫୦୨୯ ମେଗାୱାଟରେ ପହଞ୍ଚି ମଙ୍ଗଳବାର ଦ୍ବିପହର ୩.୩୦ରେ ରେକର୍ଡ କରିଛି ।
SLDCର ସୂଚନାନୁକ୍ରମେ, ଗତ ବର୍ଷ ୮୬୫୬ MW ଚାହିଦା ଥିବାବେଳେ ବର୍ତ୍ତମାନର ଚାହିଦା ରେକର୍ଡ ଭାଙ୍ଗିବାରେ ଲାଗିଛି । ଗରମ ବଢିବାକୁ ନେଇ ଦିଲ୍ଲୀରେ ରେକର୍ଡ ଭାଙ୍ଗି ପ୍ରଥମ ଥର ପାଇଁ ଚାହିଦା ୯୦୦୦MW ଛୁଇଁବ ବୋଲି ଆଶା କରାଯାଉଛି । BSES ଡିସିକମ- BSES ରାଜଧାନୀ ପାଓ୍ବାର ପାୱାର ଲିମିଟେଡ ଏବଂ BSES ଯମୁନା ପାୱାର ଲିମିଟେଡ(BYPL)ଦିଲ୍ଲୀର ୫୦ ଲକ୍ଷରୁ ଅଧିକ ଗ୍ରାହକ ଏବଂ ୨କୋଟି ବାସିନ୍ଦାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ଅନ୍ୟପଟେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ବାଭାବିକଠାରୁ ୫.୬ ଡିଗ୍ରୀ ଅଧିକ ରହିଛି । ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ବଡ ପରିବର୍ତ୍ତନ ଘଟିନାହିଁ । ଆକଳନ ଅନୁଯାୟୀ, BRPLର କ୍ଷେତ୍ରାଧିକାର – ଦକ୍ଷିଣ ଏବଂ ପଶ୍ଚିମ ଦିଲ୍ଲୀକୁ କଭର କରି – ରେ ବିଦ୍ୟୁତ ଚାହିଦା ପ୍ରାୟ ୪୦୫୦ MW ରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ୨୦୨୪ରେ ୩୮୦୯ MW ଥିଲା।
Also Read : ୨୬/୧୧ ଅଭିଯୁକ୍ତ ତହାୱୁର ରାଣାଙ୍କୁ ଅଣାଯାଉଛି ଭାରତ, ବିମାନ ଯୋଗେ ହେବ ପ୍ରତ୍ୟର୍ପଣ