ରାଜସ୍ଥାନରେ ପୁଣି ସଂକଟରେ କଂଗ୍ରେସ, ୮୩ ବିଧାୟକ ଦେବେ ଇସ୍ତଫା

ନୂଆଦିଲ୍ଲୀ : ରାଜସ୍ଥାନ ରାଜନୀତିରେ ହାଇଡ୍ରାମା । ରାଜସ୍ଥାନ କଂଗ୍ରେସରେ ପୁଣି ଦେଖାଦେଇଛି ସଂକଟ । ଇସ୍ତଫା ଦେବେ ଗେହଲଟଙ୍କ ସମର୍ଥକ। ମୁଖ୍ୟମନ୍ତ୍ରୀ ଗେହଲଟ ଗୋଷ୍ଠୀର ୮୩ ବିଧାୟକ ଇସ୍ତଫା ଦେବେ । କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ସୃଷ୍ଟି ହୋଇଛି ବଡ଼ ସଂକଟ । ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ସଂଧ୍ୟାରେ ଗେହଲଟ୍ ଗୋଷ୍ଠୀ ବୈଠକ କରିଥିଲେ ।

କ୍ୟାବିନେଟ୍ ମନ୍ତ୍ରୀ ଶାନ୍ତି ଧାରଓ୍ଵାଲଙ୍କ ଘରେ ବୈଠକ ହୋଇଥିଲା। ନିଷ୍ପତ୍ତି ହୋଇଥିଲା ଯେ ସଚିନ୍ ପାଇଲଟ୍ଙ୍କ ବିଦ୍ରୋହ ବେଳେ ସରକାରଙ୍କୁ ସମର୍ଥନ ଦେଇଥିବା ନେତାଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ । ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରେସ୍ର ଆଗରେ ଥିବାରୁ ସଚିନ ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ଯୋଜନା କରୁଛି। କିନ୍ତୁ ସଚିନ ପାଇଲଟ୍ଙ୍କୁ ବାଟ ଛାଡ଼ୁ ନାହାନ୍ତି ଅଶୋକ ଗେହଲଟ। ଆଜି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ନିଷ୍ପତ୍ତି ହେବାର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.