ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ ରୁ ୮ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଇନୋଭା କାର୍

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୭ରୁ ୮ଜଣଙ୍କୁ ଧକ୍କା ଦେଇ ଓଲଟିପଡିଛି ଦ୍ରୁତଗାମୀ ଇନୋଭା କାର୍ । ଏପରି ଦୁର୍ଘଟଣା ରବିବାର ରାତି ସମୟରେ ହୋଇଥିବାର ସୂଚନା ମିଳିଛି । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଚାଳକଙ୍କୁ ଅଟକ ରଖିଛି ।

ସୂଚନାନୁଯାୟୀ, ରବିବାର ପ୍ରାୟ ରାତି ୯ଟା ସମୟରେ ବିହାର ପାଟନାର ତାରା ମଣ୍ଡଲ ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏକ ଦ୍ରୁତଗାମୀ ଇନୋଭା କାର୍ ହଠାତ୍ ଆସି ଅନେକ ଗାଡିକୁ ଧକ୍କା ଦେଇଥିଲା । ପରେ ରାସ୍ତା କଡରେ ଠିଆ ହୋଇଥିବା ୭ ରୁ ୮ ଜଣ ଲୋକଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟି ସାରିବା ପରେ କାରଟି ମଧ୍ୟ  ଓଲଟିପଡିଥିଲା । ଏହି ସମୟରେ ଗାଡି ଚାଳକ ଉପରେ ସ୍ଥାନୀୟ ଲୋକ ରାଗି ନିର୍ଧୁମ ପିଟିଥିଲେ । ଚିକିତ୍ସା ପାଇଁ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ୪ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳୁଛି । କାର୍ ଗାଡି ଚାଳକ ଶୁଭେଶଙ୍କୁ ମଧ୍ୟ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ପୋଲିସ କହିଛି ଶୁଭେଶଙ୍କ ଚିକିତ୍ସା ପରେ ତାଙ୍କୁ ପଚରାଉଚରା କରାଯିବ । ଏହା ବ୍ୟତୀତ ସେ ମଦ୍ୟପାନ କରିଛନ୍ତି କି ନାହିଁ ତା’ର ମଧ୍ୟ ତଦନ୍ତ କରାଯିବ ।

Also Read : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୬ ସଫେଇ କର୍ମଚାରୀ ମୃତ, ୫ ଗୁରୁତର