ମହଙ୍ଗା ପେଟ୍ରୋଲ-ଡିଜେଲ ପ୍ରଭାବ, ଦେଶରେ ୧୫-୨୦ ଟଙ୍କା ବଢ଼ିଲା ପିଆଜ-ଟମାଟୋ ଦର

ଏବେ ଦେଶରେ ଗୋଟେ ପଟେ କରୋନା ଭାଇରସ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଅନ୍ୟପଟେ ମହଙ୍ଗା ମାଡ଼ ଲୋକଙ୍କ ଜୀବନକୁ ଦୁର୍ବିସହ କରିସାରିଲାଣି। ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଥିବାରୁ ଏହାର ପ୍ରଭାବ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ପଡ଼ିବା ଆରମ୍ଭ ହେଲାଣି। ଦେଶର କେତେକ ସ୍ଥାନରେ ପିଆଜ, ମଟର, କାକୁଡ଼ି ଆଦି ପରିବା ଦର କିଲୋପ୍ରତି ୧୫-୨୦ ଟଙ୍କା ବଢ଼ିଥିବା ଜଣାଯାଇଛି। ମଣ୍ଡି ବ୍ୟବସାୟୀଙ୍କ କହିବାନୁସାରେ ଆଗକୁ ଏହି ଦର ଆହୁରି ବଢ଼ିବ।

ଅନ୍ୟପଟେ କେତେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ଏଣୁ ଆଗକୁ ପରିବା ଦର ଆକାଶ ଛୁଆଁ ହେବା ପରିସ୍ଥିତି ଉପୁଜିପାରେ। ତେବେ ତେଲ ଦର କମିଲେ ଏହା ହ୍ରାସ ପାଇପାରେ ବୋଲି ଚାଷୀ କହିଛନ୍ତି।

ଆଜି ମଣ୍ଡିରେ କିଲୋପ୍ରତି ଆଳୁ ୨୦ ଟଙ୍କା, ପିଆଜ ୪୦, ମଟର ୯୦-୧୧୦, ବିନ୍ସ ୯୦-୧୧୦, ଟମାଟୋ ୨୦, କାକୁଡ଼ି ୩୫-୪୦, ଭେଣ୍ଡି ୩୫-୪୦, ବାଇଗଣ ୪୦-୫୦, ଫୁଲକୋବି ୮୦-୯୫ ଟଙ୍କା ରହିଛି।

Leave A Reply

Your email address will not be published.