ଆଜି ଦେଶରେ ସର୍ବାଧିକ ୬୧ହଜାର ୫୩୭ ଆକ୍ରାନ୍ତ ଚିହ୍ନଟ, ୯୩୩ ମୃତ

କେନ୍ଯୁଜ୍: ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୨ହଜାର ୫୧୮କୁ ବୃଦ୍ଧି। ଗତ ୨୪ ଘଣ୍ଟାରେ ୯୩୩ଜଣଙ୍କ ଜୀବନ ଯାଇଥିବାବେଳେ ୬୧ହଜାର ୫୩୭ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ୮୮ହଜାର ୬୧୨କୁ ବୃଦ୍ଧି ପାଇଛି। ଦେଶରେ ୬ଲକ୍ଷ ୧୯ହଜାର ୮୮ଜଣ ଚିକିତ୍ସିତ ହେଉଥିବାବେଳେ ସୁସ୍ଥ ହୋଇଛନ୍ତି ୧୪ଲକ୍ଷ ୨୭ହଜାର ୫ଜଣ। ଅନ୍ଯପଟେ ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୭ହଜାର ୯୨ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ୍‌। ଏଥିସହ  ଦିଲ୍ଲୀ, ତାମିଲନାଡୁ  ଓ କର୍ଣ୍ଣାଟକରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.