ମହାରାଷ୍ଟ୍ର ନବବର୍ଷ ଉତ୍ସବରେ ଓଡ଼ିଆ ସଂସ୍କୃତିର ଝଲକ ଦେଖାଇଲେ ପ୍ରବାସୀ ଓଡ଼ିଆ

ମୁମ୍ବାଇ : ମୁମ୍ବାଇରେ ଧୁମ୍ ମଚାଇଲେ ଓଡ଼ିଆ । ମୁମ୍ବାଇ ଥାନେ ଠାରେ ରବିବାର ଦିନ ଆୟୋଜିତ ହୋଇଥିଲା ‘ଗୁଡି ପଡ଼ୱା’ ଉତ୍ସବ । ମହାରାଷ୍ଟ୍ରରେ ଗୁଡି ପଡ଼ୱା ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ । ଏଥିରେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ମହାନ୍ ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଇଥିଲେ ।

ବସୁଧୈବ କୁଟୁମ୍ବକମର ଆଦର୍ଶ ନେଇ ପ୍ରବାସୀ ଓଡ଼ିଆମାନେ ଏହି ପର୍ବରେ ସାମିଲ ହୋଇଥିଲେ । କେବଳ ଉତ୍ସବରେ ଅଂଶଗ୍ରହଣ କରିବା ଏମାନଙ୍କ ଉଦ୍ଦେଶ୍ୟ ନଥିଲା, ଏହା ସହିତ ଓଡ଼ିଶାର ସଂସ୍କୃତିକୁ ରାଜ୍ୟ ବାହାରେ ପ୍ରସାର କରିବାରେ ଅଗ୍ରଦୂତ ସାଜିଛନ୍ତି ଏମାନେ । ଶହ ଶହ ଦର୍ଶକଙ୍କ ସମ୍ମୁଖରେ ଥାନେ ବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ଓଡ଼ିଶୀ ନୃତ୍ୟରୁ ଆରମ୍ଭ କରି ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶନ କରିଥିଲେ । ଆଉ ରାଜ୍ୟ ବାହାର ତଥା ବିଦେଶର ଦର୍ଶକମାନେ ଅଭିଭୂତ ହୋଇ ଯାଇଥିଲେ ।