ହିମାଚଳ ପ୍ରଦେଶ: ସିମ୍ଲାରେ ପୁଣି ଭୂସ୍ଖଳନ, ପାହାଡ଼ ଧସି ରାସ୍ତା ବନ୍ଦ; ଦେଖନ୍ତୁ ଭିଡିଓ

ହିମାଚଳ ପ୍ରଦେଶର ସିମ୍ଲାରେ ପୁଣିଥରେ ଲ୍ୟାଣ୍ଡସ୍ଲାଇଡ୍ ହୋଇଛି। ସୋମବାର ସକାଳେ ହୋଇଥିବା ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାତୀୟ ରାଜପଥ ୫ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ଏଠାରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାହାଡ଼ର ଗୋଟେ ପାର୍ଶ୍ୱ ଭୁଶୁଡ଼ି ପଡ଼ିଥିଲା। ଏହି ଭୂସ୍ଖଳନ ଯୋଗୁ ଲୋକମାନେ ଖୁବ୍ ହଇରାଣ ହୋଇଛନ୍ତି। ସିମ୍ଲା ଲ୍ୟାଣ୍ଡସ୍ଲାଇଡ୍ ବେଳର ଦୃଶ୍ୟକୁ ସେଠାରେ ଉପସ୍ଥିତ ଲୋକେ କ୍ୟାମେରାରେ କଏଦ କରିଛନ୍ତି।
ଦେଖନ୍ତୁ ଭିଡିଓ:
Shimla landslide. Watch the whole thing. @IndiaToday pic.twitter.com/CbguKmKuRH
— Shiv Aroor (@ShivAroor) September 6, 2021
ସିମ୍ଲା ଜିଲ୍ଲାର ରାମପୁର ଉପମଣ୍ଡଳରେ ନ୍ୟାସନାଲ ହାଇେଓ୍ଵ ୫ ପାଖରେ ଏହି ଘଟଣା ଘଟିଛି। ରାସ୍ତା ଉପରେ ଅଚାନକ ପଥର ଗଦା ହୋଇପଡ଼ିବାରୁ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ଜାମ୍ ହୋଇଛି।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ମଧ୍ୟ କିନ୍ନୋର ପାଖରେ ବଡ଼ଧରଣର ଲ୍ୟାଣ୍ଡସ୍ଲାଇଡ୍ ହୋଇଥିଲା। ସେତେବେଳେ ମଧ୍ୟ ପାହାଡ଼ ଭୁଶୁଡ଼ି ପଡ଼ିବାରୁ ଡଜନେ ଲୋକ ଚାପି ହୋଇଯାଇଥିଲେ। ଅଗଷ୍ଟ ପ୍ରଥମ ସପ୍ତାହରେ ହୋଇଥିବା ଭୂସ୍ଖଳନରେ ୨୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା।