ପରଲୋକରେ ବିଶିଷ୍ଟ ସାହିତ୍ୟକାର ଏବଂ ଆଲୋଚକ ନାମବର ସିଂହ

ହିନ୍ଦୀର ଜଣାଶୁଣା ବିଶିଷ୍ଟ ସାହିତ୍ୟକାର ନାମବର ସିଂହଙ୍କର ୯୩ ବର୍ଷ ବୟସରେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ମୄତ୍ୟୁ ହୋଇଛି। ସେ ବହୁତ ସମୟ ରୋଗରେ ପିଡ଼ିତ ଥିବା ବେଳେ ଏମସରେ ରହିଥିଲେ। ସୂଚନା ମୁତାବକ ସେ ପାଖାପାଖି ୧୧.୫୦ମିନିଟରେ ଶେଷ ନିଶ୍ବାସ ନେଇଥିଲେ। ତାଙ୍କର ମୄତ୍ୟୁ ପରେ ବରିଷ୍ଠ ପତ୍ରକାର ଓମ ଥାନବୀ ଲେଖିଥିଲେ ବିଶିଷ୍ଟ ଆଲୋଚକ, ସାହିତ୍ୟରେ ଦ୍ବିତୀୟ ପରମ୍ପରାର ଅନ୍ବେଷି ଡାକ୍ତର, ନାମବର ସିଂହଙ୍କର ମୄତ୍ୟୁ ହୋଇଯାଇଛି।
ସେ ତାଙ୍କର ଫେସବୁକ ପୋଷ୍ଟରେ ଲେଖିଥିଲେ ନାମବର ସିଂହଙ୍କର ଅନ୍ତିମ ସଂସ୍କାର ବୁଧବାର ଅପରାହ୍ନରେ ଲୋଦି ଦାହ ଗୃହରେ କରାଯିବ। ନାମବର ସିଂହ ବନାରସର ଏକ ଗାଁ ଜୀୟନପୁରରେ ଜନ୍ମ ହୋଇଥିଲେ।
ସେ ହିନ୍ଦୀ ସାହିତ୍ୟରେ ଏମେ, ପିଏଚଡି କରିବା ପରେ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପନ କରିଥିଲେ କିନ୍ତୁ ୧୯୫୯ରେ ଚକିୟା ଚନ୍ଦୋଲିର ଲୋକସଭା ନିର୍ବାଚନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ଆଶାୟୀ ପାର୍ଥୀ ରୂପେ ନିର୍ବାଚନ ଲଢି ଅସଫଳ ହେବାପରେ ତାଙ୍କୁ ବିଏଚୟୁ ଛାଡ଼ିବାକୁ ପଡ଼ିଥିଲା।
ଏହା ସହ ପଢ଼ନ୍ତୁ : ସୋସିଆଲ ମିଡିଆରେ ଦେଶ ବିରୋଧୀ ସ୍ଲୋଗାନ୍ ଦେଇ ଯୁବକ ଗିରଫ
ବିଏଚୟୁ ଛାଡ଼ିବା ପରେ ଡାକ୍ତର, ନାମବର ସିଂହ ସାଗର ବିଶ୍ବବିଦ୍ୟାଳୟ ଏବଂ ଯୋଧପୁରରେ ଅଧ୍ୟାପନ କରିଥିଲେ। ଶେଷରେ ସେ ବହୁତ ସମୟ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପନ କରିଥିଲେ। ଅଧ୍ୟାପନ ଶେଷ ହେବା ପରେ ମଧ୍ୟ ସେ ସେହି ବିଶ୍ବବିଦ୍ୟାଳୟର ଭାରତୀୟ ଭାଷା କେନ୍ଦ୍ରରେ ପ୍ରଫେସର ଭାବେ କାର୍ଯ୍ଯରତ ଥିଲେ। ସେ ଦିନ୍ଦୀ ଭାଷା ଠାରୁ ଅଧିକ ଉର୍ଦ୍ଧୁ ଏବଂ ସଂସ୍କୃତ ଭାଷା ଜାଣିଥିଲେ।