ପାକିସ୍ତାନରୁ ଆସିଥିବା ଦୁଇ ହିନ୍ଦୁ ଭାରତରେ କଲେ ବିବାହ

ଜାମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଚାଲିଛି। ଏହା ମଧ୍ୟରେ ଦୁଇ ହିନ୍ଦୁ ଯୁଗଳ କରାଚି ରୁ ଗୁଜୁରାଟ ଆସି ଗତ ଶନିବାର ଦିନ ବିବାହ କରିଛନ୍ତି। ରାଜକୋଟ ମାହେଶ୍ବରୀ ସମାଜ ରାଜକୋଟରେ ଏହି ବିବାହ କରିଛନ୍ତି। ରାଜକୋଟ ମାହେଶ୍ବରୀ ସମାଜର ଯୁବ ଅଧ୍ୟକ୍ଷ ଭବେଶ ମାହେଶ୍ବରୀଙ୍କ କହିବା ଅନୁଯାୟୀ ଏହି ସଂଗଠନ ପାକିସ୍ତାନର ୯୦ରୁ ଅଧିକ ଯୁଗଳଙ୍କୁ ବିବାହ କରିବା ସହ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲା। ଏଥିରେ ଅଧିକାଂଶ କରାଚିର ଲୋକମାନେ ରହିଥିଲେ।

ଭବେଶ ମାହେଶ୍ବରୀଙ୍କ କହିବା ଅନୁଯାୟୀ ଗତ ଶନିବାର ଦିନ ଉକ୍ତ ଯୁଗଳଙ୍କ ବିବାହ ହେବା ପରେ ଭାରତରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ତାଙ୍କର ଅଧିକାଂଶ ଲୋକମାନଙ୍କୁ ତାଙ୍କ ଦେଶରେ ହଇରାଣ କରାଯାଉଥିଲା। ହିନ୍ଦୁ ମାନଙ୍କୁ ପାକିସ୍ତାନରେ ରବିବା କଷ୍ଟକର ଲାଗିଥାଏ। ସେମାନେ ଟଙ୍କା ଆୟ କରୁଥିଲେ ମଧ୍ୟ ତାଙ୍କର ଜୀବନ ସର୍ବଦା ବିପଦରେ ରହିଥାଏ। ପାକିସ୍ତାନରେ ସେମାନଙ୍କର ବିବାହ ସାମାନ୍ୟ ଢଙ୍ଗରେ କରାଯାଇଥାଏ। କିନ୍ତୁ ଆମେମାନେ ଏଠାରେ ଖୁବ୍ ଧୂମଧାମ୍ ରେ ବିବାହ କରିପାରୁଛୁ।

ଏହାସହ ପଢନ୍ତୁ: ମହିଳା ସଫେଇ କର୍ମୀଙ୍କୁ ଘୋଷାଡି ବାହାରେ ଫିଙ୍ଗିଦେଲେ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀ, ଭିଡିଓ ହେଲା ଭାଇରାଲ୍

ରିପୋର୍ଟ ଅନୁଯାୟୀ ପାଖାପାଖି ୩୦୦୦ ମାହେଶ୍ବରୀ ପରିବାର କରାଚିରେ ରହୁଥିଲେ। ସେମାନଙ୍କ ମଦ୍ୟରୁ ଅଧିକାଂଶ ଲୋକମାନେ ଭାରତରେ ରହିବା ପାଇଁ ଦୀର୍ଘକାଳୀନ ଭିସା ହାସଲ କରିଛନ୍ତି ଏବଂ ଏଠାରେ ରହିବା ପାଇଁ ଏହାର ନବିକରଣ କରିଥାନ୍ତି। କରାଚିରୁ ଆସିଥିବା ବର ଅନିଲ ମାହେଶ୍ବରୀଙ୍କ କହିବା ଅନୁଯାୟୀ ବିଭାଜନ ହେବା ପରେ ପାକିସ୍ତାନରେ ରହିଯାଇଥିବା ତାଙ୍କର ଅଧିକାଂଶ ଲୋକମାନେ ଭାରତ ଆସିବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.