ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା, କ୍ୟାମେରାରେ ହତ୍ୟାର ରେକର୍ଡ
ପାକିସ୍ତାନରେ ଜଣେ ହିନ୍ତୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନର ଗଣମାଧ୍ୟମ ସୂଚନା ଅନୁଯାୟୀ, କରାଚି ମ୍ୟୁନିସିପାଲିଟି କର୍ପୋରେସନର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିରବଲ ଗିନାନୀଙ୍କୁ ଲିଆରି ଏକ୍ସପ୍ରେସୱେ ନିକଟରେ ଗୁଳି କରି ହତ୍ୟା କରାଯାଇଛି।

ଲାହୋର : ପାକିସ୍ତାନରେ ଜଣେ ହିନ୍ତୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନର ଗଣମାଧ୍ୟମ ସୂଚନା ଅନୁଯାୟୀ, କରାଚି ମ୍ୟୁନିସିପାଲିଟି କର୍ପୋରେସନର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିରବଲ ଗିନାନୀଙ୍କୁ ଲିଆରି ଏକ୍ସପ୍ରେସୱେ ନିକଟରେ ଗୁଳି କରି ହତ୍ୟା କରାଯାଇଛି।
ଗାର୍ଡେନ୍ ଅଞ୍ଚଳରେ ଥିବା ତାଙ୍କ ଘରୋଇ କ୍ଲିନିକରୁ ଗୁରୁବାର ସନ୍ଧ୍ୟାରେ ବାହାରକୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ | ଫଳରେ ଡାକ୍ତରଙ୍କ ମୁଣ୍ଡରେ ୨ ଟି ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ହତ୍ୟାକାଣ୍ଡର ପୁରା ଭିଡିଓ ନିକଟରେ ଲାଗିଥିବା ସିସି ଟିଭିରେ ରେକର୍ଡ ହୋଇଛି ।ପ୍ରାଥମିକ ତଦନ୍ତରୁ ଏହା ଟାର୍ଗେଟ କିଲିଂ ବୋଲି ପୋଲିସ କହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ କହିଛି ।
ପାକିସ୍ତାନ ମେଡିକାଲ ଆସୋସିଏସନ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି । ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯିବାର ଏହା ପାକିସ୍ତାନରେ ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଥିଲା ।