ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଧର୍ମ ପରିବର୍ତ୍ତନ କରି ବାହାଘର କରାଯାଇଛି, ସୁଷମା ସ୍ୱରାଜ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ : ପୁଣି ସାମନାକୁ ଆସିଲା ପାକିସ୍ତାନର ଘୃଣ୍ୟ ରୂପ । ପାକିସ୍ତାନରେ ରହୁଥିବା ହିନ୍ଦୁ ଝିଅମାନଙ୍କ ଧର୍ମ ପରିବର୍ତ୍ତନ କରି ସେମାନଙ୍କୁ ବାହା କରି ଦିଆଯାଉଛି । ଏଭଳି ଏକ ଘଟଣା ପଦାକୁ ଆସିବା ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ହିନ୍ଦୁ ନାବାଳିକାଙ୍କ ଧର୍ମାନ୍ତରୀକରଣ କରି ସେମାନଙ୍କୁ ମୁସଲମାନଙ୍କ ସହ ବିବାହ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଭାରତ କଡ଼ା ଆପତ୍ତି ଉଠାଇଛି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନକୁ ସିଧାସଳଖ ଜବାବ ଦେବା ସହ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଟୁଇଟ୍‌ କରି କହିଛନ୍ତି ଯେ ଇଏ କଣ ଆପଣଙ୍କ ‘ନୟା ପାକିସ୍ତାନ?’ । ଯେଉଁଠି ନାବାଳିକାମାନଙ୍କ ଧର୍ମ ପରିବର୍ତ୍ତନ କରି ସେମାନଙ୍କ ବିବାହ କରାଯାଉଛି ? ଏହା ସହିତ ଦୁଇ ନାବାଳିକା ୧୩ ବର୍ଷର ରବୀନା ଓ ୧୫ ବର୍ଷର ରୀନାଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ଫେରାଇ ଦେବାକୁ ଦାବି କରିଛନ୍ତି ସୁଷମା । ପୂର୍ବରୁ ଘଟଣାକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଫଓ୍ଵଦ ଚୌଧୁରୀଙ୍କ ଭିତରେ ଗରମା ଗରମ କଥା କଟାକଟି ହୋଇଥିଲା । ଘଟଣାର ରିପୋର୍ଟ ମାଗିଥିଲେ ସୁଷମା । ହେଲେ ଫଓ୍ଵଦ କହିଥିଲେ, ଇଏ ହେଉଛି ପାକିସ୍ତାନ ଭିତର ବ୍ୟାପାର । ତୁମେ ମୁଣ୍ଡ ଖେଳାଅ ନାହିଁ । କିନ୍ତୁ ସୁଷମ ସ୍ୱରାଜଙ୍କ ସମେତ ଅନ୍ୟ କିଛି ଦେଶ ମଧ୍ୟ ଏଥିରେ ଆପତ୍ତି ଉଠାଇଛନ୍ତି ।


ଘଟଣା ଘଟିବା ପରେ ରବିବାର ଦିନ ପାକିସ୍ତାନର ସିଭିଲ ସୋସିଇଟି ସଦସ୍ୟମାନେ କରାଚି ପ୍ରେସ୍‌ କ୍ଲବ୍‌ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ପାକିସ୍ତାନ ସିନ୍ଧ ଅଞ୍ଚଳରେ ଦୁଇ ହିନ୍ଦୁ ଭଉଣୀ ରବୀନା ଓ ରୀନାଙ୍କୁ ଧରିନେବା ପରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରି ବାହା କରି ଦିଆଯାଇଛି । ଦୁଇ ଝିଅଙ୍କ ବାପା ଓ ଭାଇ ଏକ ଭିଡିଓରେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଯାହା ଭାଇରାଲ ହେବା ପରେ ଘଟଣା ଜଣାପଡ଼ିଥିଲା । ଅବଶ୍ୟ ଅନ୍ୟ ଏକ ଭିଡିଓରେ ଝିଅ ଦୁଇଜଣ କହିଛନ୍ତି କି ସେମାନେ ନିଜ ଇଚ୍ଛାରେ ଇସ୍ଲାମ ଧର୍ମ ଗ୍ରହଣ କରିଛନ୍ତି ।
ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇମ୍ରାନ୍‌ଙ୍କୁ ଲେଖିଥିବା ଟୁଇଟ୍‌ରେ କହିଛନ୍ତି ଯେ ରବୀନା ଓ ରୀନାଙ୍କର ବୟସ ଏତେ କମ୍‌ ଯେ ସେମାନେ ଧର୍ମ କଣ ଜାଣି ନଥିବେ । ତେଣୁ ତୁରନ୍ତ ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉ । ଅବଶ୍ୟ ଇମ୍ରାନ୍‌ ଗତ ରବିବାର ଦିନ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହା ପରେ ବିବାହ ସମ୍ପନ୍ନ କରାଇଥିବ ଜଣେ ବ୍ୟକ୍ତିକୁ ପୋଲିସ୍‌ ଗିରଫ କରିଛି ।

ହୋଲି ଅବସରରେ ରବୀନା ଓ ରୀନାଙ୍କୁ ସେମାନଙ୍କୁ କିଛି ପ୍ରଭାବଶାଳୀ ଲୋକ ଘରୁ ଉଠାଇ ନେଇ ଜୋରଜବରଦସ୍ତ ବରଚୁଣ୍ଡି ଦରଘାରେ ଧର୍ମ ପରିବର୍ତ୍ତନ କରିବା ସହ ସେମାନଙ୍କ ବାହାଘର କରି ଦେଇଥିବା ଅଭିଯୋଗ ହୋଇଛି । ସେପଟେ ପାକିସ୍ତାନ ମାନବାଧିକାର କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି ଯେ ବିଶେଷ ଭାବେ ଦେଶର ସିନ୍ଧ ଅନ୍ତର୍ଗତ ଘୋଟକି ଜିଲ୍ଲା ଦାହାରକି ଅଞ୍ଚଳରେ ଏଭଳି ଭାବେ ଜୋରଜବରଦସ୍ତି ଧର୍ମନ୍ତରୀକରଣ କରାଯାଉଛି । ଘଟଣାକୁ ବିରୋଧ କରି ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।


ପାକିସ୍ତାନରେ ହିନ୍ଦୁମାନେ ହେଉଛନ୍ତି ସଂଖ୍ୟାଲଘୁ । ସେମାନଙ୍କ ସଂଖ୍ୟା ପ୍ରାୟ ୭୫ ଲକ୍ଷ । ତେବେ ସେଠାରେ ସେମାନେ ଏଭଳି ଅତ୍ୟାଚାରିତ ହେଉଥିବା ସୂଚନା ମିଳିଛି । ଅବଶ୍ୟ ସିନ୍ଧ ବିଧାନସଭାରେ ୨୦୧୬ରେ ଜୋରଜବରଦସ୍ତି ଧର୍ମ ପରିବର୍ତ୍ତନ ବିରୋଧରେ ଏକ ଆଇନ୍‌ ଅଣାଯାଇଥିଲା । ଏହାକୁ ସର୍ବସମ୍ମତି ସମର୍ଥନ ମଧ୍ୟ ମିଳିଥିଲା । ହେଲେ କଟ୍ଟରପନ୍ଥୀଙ୍କ ଚାପ ଯୋଗୁଁ ତାହା ବିଲ୍‌ରେ ପରିଣତ ହୋଇ ପାରିଲା ନାହିଁ । ସୂଚନା ଅନୁସାରେ, ସିନ୍ଧ ଅଞ୍ଚଳର ଉମେରକୋଟରେ ପ୍ରତି ମାସ ଏଭଳି ଜୋର କରି ପ୍ରାୟ ୨୫ଟି ଧର୍ମାନ୍ତରୀକରଣ ଓ ବାହାଘର କରାଯାଉଛି ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

43 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

52 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

52 mins ago