ଛେପ ପକାଇ ଚୁଟି କାଟିବାକୁ ନେଇ ଜାଭେଦ ହବିବ୍ଙ୍କୁ ତୀବ୍ର ବିରୋଧ, ସେଲୁନ୍ରେ ପଶି ପୋଷ୍ଟର ଚିରିବା ସହ ତାଲା ପକାଇଲା ହିନ୍ଦୁ ସେନା

ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ବିରୋଧରେ ଲୋକଙ୍କ ରାଗ ବଢ଼ି ଚାଲିଛି। ଫଳ ସ୍ୱରୂପ ଦେଶର ପ୍ରତ୍ୟେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ମଧ୍ୟ ପ୍ରଦେଶରେ ମଧ୍ୟ ଜାଭେଦ ହବିବଙ୍କ ବିରୋଧରେ ପ୍ରଦର୍ଶନ ହୋଇଛି। ଗ୍ଵାଲିୟରରେ ହିନ୍ଦୁ ସେନା ଜାଭେଦ ହବିବଙ୍କୁ ପ୍ରବଳ ବିରୋଧ କରିଛି। ହିନ୍ଦୁ ସେନାର କର୍ମକର୍ତ୍ତାଙ୍କ ଆକ୍ରୋଶର ଶିକାର ହୋଇଛି ଜାଭେଦ ହବିବ୍ଙ୍କ ସେଲୁନ୍। ହିନ୍ଦୁ ସେନାର ସଦସ୍ୟ ସେଲୁନ୍ରେ ଅଚାନକ ପଶି ତାଙ୍କ ପୋଷ୍ଟରକୁ ଚିରିବା ସହ ଦୋକାନର ବୋର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ହିନ୍ଦୁ ସେନାଙ୍କର ଏତାଦୃଶ କାର୍ଯ୍ୟ ପରେ ସେଲୁନ୍କୁ ବନ୍ଦ କରାଯାଇଛି।
Jawed Habib controversy: Hindu Sena members ransack hairstylist’s salon in Gwalior https://t.co/fW5qVEAwCw
— Republic (@republic) January 9, 2022
ଗ୍ଵାଲିୟରରେ ହିନ୍ଦୁ ସେନା ହେୟାର ଷ୍ଟାଇଲିଷ୍ଟଙ୍କ ବିରୋଧରେ ପ୍ରଦର୍ଶନ କରି ଅଚଳେଶ୍ୱର ମହାଦେବ ମନ୍ଦିର ନିକଟରେ ଥିବା ଜାଭେଦ ହବିବ୍ଙ୍କ ଫ୍ରାଞ୍ଚାଇଜି ହେୟାର ସେଲୁନ୍ର ବୋର୍ଡକୁ ଭାଙ୍ଗି ଦେଇଛି। ସେଠାକୁ ଆସିଥିବା ମହିଳାଙ୍କୁ ଘରକୁ ପଠାଇ ଦେଇ ସେନା ସେଲୁନ୍କୁ ବନ୍ଦ କରି ଦେଇଛି।
Gwalior: Following the controversy over hairstylist Jawed Habib using his spit to style a woman’s hair in a viral video, Hindu Sena held a demonstration at a franchise salon of Habib in Gwalior on Sunday. pic.twitter.com/ourJZxd6uR
— Free Press Journal (@fpjindia) January 9, 2022
ହିନ୍ଦୁ ସେନାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଜାଭେଦ ହବିବ୍ ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିବା ଆଳରେ ତାଙ୍କ ଉପରେ ଛେପ ପକାଇବା ଆଦୌ ଗ୍ରହଣୀୟ ନୁହେଁ। କୌଣସି ସେଲୁନ୍ରେ ଏଭଳି ବ୍ୟବହାର କରାଯାଏ ନାହିଁ। ଜାଭେଦ ହବିବଙ୍କୁ ଏଥିପାଇଁ କ୍ଷମା ଦେଇ ହେବ ନାହିଁ।
କ’ଣ ଥିଲା ଘଟଣା:
ଜାଭେଦ ହବିବଙ୍କର ଭାଇରାଲ ହୋଇଥିବା ଭିଡିଓଟି ମୁଜଫରନଗରର ଏକ ସେମିନାରର। ଚୁଟି କାଟିବା ବେଳେ ସେ କହୁଛନ୍ତି, ‘ଶାମ୍ପୁ ବ୍ୟବହାର କରାଯାଇନଥିବାରୁ ଆପଣଙ୍କ କେଶ ଅପରିଷ୍କାର ରହିଛି। ଯଦି ପାଣିର ଅଭାବ ଥାଏ। ତେବେ ଏମିତି କହି ମହିଳାଙ୍କ ଚୁଟିରେ ଛେପ ପକାଇ ଦେଉଛନ୍ତି। ତା’ ପରେ ସେ କହୁଛନ୍ତି ଏହି ଛେପରେ ଜୀବନ ଅଛି ନା। ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ଜୋରଦାର ତାଳି ମାରୁଥିବା ଦେଖାଯାଇଛି।
For those who goes to Javed Habib’s saloon pic.twitter.com/dblHxHUBkw
— Rishi Bagree (@rishibagree) January 5, 2022