ମୁସଲିମ୍‌ ଯୁବତୀଙ୍କୁ ପ୍ରେମ ବିବାହ କରିବାରୁ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା; ନଦୀକୁ ଫିଙ୍ଗିଦେଲେ ମୃତଦେହ, ୭ ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ରର ଅହମ୍ମଦନଗର ଶ୍ରୀରାମପୁରରୁ ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୀପକ ବର୍ଡେ ନାମକ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଖବରରୁ ଜଣାପଡ଼ିଛି, ଯୁବକ ଜଣକ ମାସେ ତଳେ ଜଣେ ମୁସଲିମ୍‌ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି।

ପୋଲିସ ସୂଚନା ମୁତାବକ, ପ୍ରଥମେ ଦୀପକଙ୍କୁ ଷଡ଼ଯନ୍ତ୍ର କରି ଅପହରଣ କରି ନିଆଯାଇଥିଲା ଏବଂ ପରେ ନିର୍ମମ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଗୋଦାବରୀ ନଦୀକୁ ଫିଙ୍ଗି ଦିଆଯାଇଛି। ପୋଲିସ ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

ପୋଲିସ ମୁତାବକ, ମୃତ ହିନ୍ଦୁ ଯୁବକ ଜଣକ ଅନୁସୂଚିତ ଜନଜାତିର ବୋଲି ଜଣାପଡ଼ିଛି। ସେ ମୁସଲିମ୍‌ ଯୁବତୀଙ୍କୁ ପ୍ରେମ ବିବାହ କରିବାରୁ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ଏହା ଅନୁଯାୟୀ, ପ୍ରଥମେ ତାଙ୍କୁ ଅପହରଣ କରି ନିଆଯାଇ ଖୁବ୍‌ ମାଡ଼ ମରାଯାଇଥିଲା। ପରେ ହତ୍ୟା କରି ମୃତଦେହକୁ ନଦୀକୁ ଫିଙ୍ଗି ଦିଆଯାଇଥିଲା। ଏବେ ପୋଲିସ ନଦୀରୁ ମୃତଦେହ ଖୋଜାଖୋଜି କରୁଛି। କହି ରଖୁଛୁ ଯେ ମୃତ ଯୁବକ ଦୀପକ ବର୍ଡେ ଗତ ୫ ଦିନ ହେବ ନିଖୋଜ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.