ହରିୟାଣାର ଏହି ମଇଁଷି ଭାଙ୍ଗିଲା ପାକିସ୍ତାନର ବିଶ୍ୱ ରେକର୍ଡ, ପଢନ୍ତୁ ପୁରା ଘଟଣା

ବର୍ତ୍ତମାନ ସମୟରେ ପଶୁପାଳକ ମାନେ ନିଜ ବୃତ୍ତି ଛାଡ଼ି ଅନ୍ୟାନ ବୃତ୍ତିମାନଙ୍କୁ ଆପଣାଉଥିବା ଦେଖାଯାଉଛି । କିନ୍ତୁ ଏବେବି କିଛି ଜଣ ଅଛନ୍ତି ଯେଉଁମାନେ ନିଜ ପିତୃ ପୁରୁଷର କୌଳିକ ବୃତ୍ତିକୁ ନ ଛାଡ଼ି ବରଂ ଏଥିରେ ନୂଆ ଉଦାହରଣ ମାନ ସୃଷ୍ଟି କରୁଛନ୍ତି । ଖାଲି ସେତିକି ନୁହେଁ ଏହା ଜରିଆରେ ସେମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ପାଲଟି ପାରୁଛନ୍ତି । ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି ହରିୟାଣାରେ । ଏହି ରାଜ୍ୟର ଏକ ଗାଁରେ ସୁଖବିର ନାମକ ଏକ ବ୍ୟକ୍ତି ଦୀର୍ଘ ୧୨ ବର୍ଷ ହେବ ପଶୁପାଳନ କରି ଆସୁଛନ୍ତି । ଏହି ବର୍ଷ ତାଙ୍କରି ଦ୍ୱାରା ପାଳିତ ହୋଇଥିବା ଏକ ମଇଁଷି ସରସ୍ବତୀ କ୍ଷୀର ଦେବାରେ ପାକିସ୍ତାନର ଏକ ମଇଁଷିର ବିଶ୍ବରେକର୍ଡକୁ ମଧ୍ୟ ଭାଙ୍ଗି ନିଜ ନାଁରେ ଏହି ରେକର୍ଡ କରିଛି ।

hariyana

ସୁଖବିର ସିଂହ ଗଣମାଧ୍ୟମକୁ ଏକ ସାକ୍ଷାତ୍କାର ଦେଉଥିବା ସମୟରେ କହିଛନ୍ତି କି ସେ ୨୦୦୭ ମସିହାରୁ ପଶୁପାଳନ କରିବା ଆରମ୍ଭ କରିଥିଲେ । ଏହାର ଦୁଇ ବର୍ଷ ପରେ ୨୦୦୯ ମସିହାରୁ ହିଁ ସେ ବିଭିନ୍ନ ଦୁଗ୍ଧ ଦେବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସୁଛନ୍ତି । ନିକଟରେ ପଞ୍ଜାବରେ ଅନୁଷ୍ଠିତ ହୋଇଥିବା ଏକ ପ୍ରତିଯୋଗୀତାରେ ସୁଖବୀର ନିଜ ମଇଁଷି ସରସ୍ବତୀ ସହ ଭାଗ ନେଇଥିଲେ । ସେହି ପ୍ରତିଯୋଗିତାରେ ହିଁ ସରସ୍ବତୀ ପାକିସ୍ତାନରୁ ଆସିଥିବା ଏକ ମଇଁଷିର ପୂର୍ବ ବିଶ୍ୱରେକର୍ଡକୁ ଭାଙ୍ଗିଦେଇ ନିଜ ନାଁରେ ଏହି ରେକର୍ଡ କରିଥିବା ଜଣାଯାଇଛି । ରେକର୍ଡ କରିବା ପରେ ସୁଖବିନ୍ଦରଙ୍କ ଏହି ମଇଁଷିକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିଥିଲା । ସୂଚନା ମୁତାବକ ସରସ୍ବତୀର ଏବେର ବୟସ ୭ ବର୍ଷ ହେବ ।

ପ୍ରଗରେସିଭ ଡେରି ଫାମର୍ସ ଆସୋସିଏସନ ଦ୍ୱାରା ପରିଚାଳିତ ପ୍ରତିଯୋଗିତାରେ ସରସ୍ବତୀ ଏକ କାଳୀନ ୩୨ କିଲୋ ୬୬ ଗ୍ରାମ କ୍ଷୀର ଦେଇ ଚମ୍ପିୟାନ ହୋଇଥିଲା । ସୁଖବିରଙ୍କ ଅନୁଯାୟୀ ଏହା ପୂର୍ବରୁ ବି ତାଙ୍କର ଏକ ମଇଁଷି ପାକିସ୍ତାନର ରେକର୍ଡକୁ ଭାଙ୍ଗିଥିଲା । ସରସ୍ବତୀ ବ୍ୟତୀତ ସୁଖବିନ୍ଦରଙ୍କ ପାଖରେ ଗଙ୍ଗା, ଯମୁନା ନାମକ ମଇଁଷି ମାନ ମଧ୍ୟ ଅଛନ୍ତି । ଖାଲି କ୍ଷୀର ଦେବା ପ୍ରତିଯୋଗିତା ନୁହେଁ ସୁଖବିନ୍ଦରଙ୍କ ମଇଁଷି ମାନେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥାନ୍ତି । ଏଯାବତ ସୁଖବିନ୍ଦରଙ୍କ ମଇଁଷି ମାନେ ପୁରସ୍କାର ମାନ ମଧ୍ୟ ଜିତିସାରିଛନ୍ତି । ସୁଖବିନ୍ଦରଙ୍କ ଏହି ସଫଳତାରେ ଟଙ୍କା ମା’ଙ୍କ ସମେତ ପୁରା ଗ୍ରାମବାସୀ ମଧ୍ୟ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.