ବିଏମ୍‌ଡବ୍ଲ୍ୟୁ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଏବେ ଖୋଲିବ ରାଜ୍‌, ୭ ଦିନିଆ ପୋଲିସ ହେପାଜତରେ ଗଲେ ଅଭିଯୁକ୍ତ ମିହିର ଶାହ

ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍‌ ଆଣ୍ଡ ରନ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଜୁଲାଇ ୧୭ ପର୍ଯ୍ୟନ୍ତ ୭ ଦିନିଆ ପୋଲିସ ହେପାଜତରେ ପଠାଯାଇଛି । ପାଖାପାଖି ୭୨ ଘଣ୍ଟା ଧରି ରାଜ୍ୟସାରା ଖୋଜାଖୋଜି ପରେ ମଙ୍ଗଳବାର ଶିବସେନା (ସିନ୍ଦେ) ନେତା ରାଜେଶ ଶାହଙ୍କ ପୁଅ ମିହିରଙ୍କୁ ଗିରଫ କରାଯାଇଥିଲା ।

ଗତ ୩ ଦିନ ହେବ ସେ ପୋଲିସକୁ ଚକ୍‌ମା ଦେଇ ଆସୁଥିଲେ । ପୋଲିସର ୧୨ଟି ଟିମ୍‌ ତାଙ୍କୁ ଖୋଜାଖୋଜୁ କରୁଥିଲା । ମିହିରଙ୍କର ଜଣେ ସାଙ୍ଗ ମୋବାଇଲ୍‌ ଫୋନ୍‌ ଅନ୍‌ କରିବା ପରେ ପୋଲିସ ଲୋକେଶନ ବିଷୟରେ ଜାଣିବାକୁ ପାଇଥିଲା ଏବଂ ଏହାପରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ପୋଲିସ ଏହି ମାମଲାରେ ଅଧିକ ଦିନର ହେପାଜତ ମାଗିଥିଲା ।

ପୋଲିସ ମୁତାବକ, ଏହା ଏକ ଗୁରୁତର ଅଭିଯୋଗ । ଏଥିପାଇଁ ତଦନ୍ତର ଆବଶ୍ୟକ ରହିଛି । ଗାଡ଼ି ନମ୍ବର ମିଳିନାହିଁ । ଅଭିଯୁକ୍ତ ନିଜ ଚୁଟି ଓ ଦାଢ଼ି କାଟି ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ।

କହି ରଖୁଛୁ ଯେ ଏହା ପୂର୍ବରୁ ଶିବସେନା (ସିନ୍ଦେ) ତାଙ୍କ ବାପା ରାଜେଶ ଶାହଙ୍କୁ ଦଳରୁ ନିଲମ୍ବିତ କରିଛି । ମିହିର ଶାହଙ୍କୁ ଗତକାଲି ସନ୍ଧ୍ୟାରେ ପୋଲିସ ଗିରଫ କରିଥିଲା । ୩ ଦିନ ତଳେ ତାଙ୍କ ବିଏମ୍‌ଡବ୍ଲ୍ୟୁ କାର୍‌ ଧକ୍କାରେ କାବେରୀ ନାମ୍ନୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଅଭିଯୋଗ ମୁତାବକ, ଦୁର୍ଘଟଣା ସମୟରେ ମିହିର ନିଶାରେ ଥିଲେ ଏବଂ ନିଜ ସାଙ୍ଗମାନଙ୍କ ସହ ରାତିସାରା ବାର୍‌ରେ ପାର୍ଟି କରିବା ପରେ ଗାଡ଼ି ଚଳାଉଥିଲେ । ଗାଡ଼ି ଚଳାଇବା ସମୟରେ ତାଙ୍କ ଡ୍ରାଇଭର ପାର୍ଶ୍ୱବର୍ତ୍ତୀ ସିଟ୍‌ରେ ବସିଥିଲେ ।

You might also like