ମୁମ୍ବାଇରେ ହିଟ୍‌ ଆଣ୍ଡ ରନ୍‌: ଦୁଇଟି ଅଟୋ ରିକ୍ସାକୁ ଧକ୍କା ଦେଇ ଫେରାର୍‌ ହେଲା ଅଡି କାର୍‌, ୨ ଚାଳକଙ୍କ ସମେତ ୪ ଆହତ

ମୁମ୍ବାଇରେ ପୁଣି ହିଟ୍‌ ଆଣ୍ଡ ରନ୍‌ । ଏଠାରେ ଏକ ଦ୍ରୁତଗାମୀ ଅଡି କାର୍‌ ଦୁଇଟି ଅଟୋ ରିକ୍ସାକୁ ଜୋର୍‌ଦାର ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଅଟୋ ଚାଳକ ଏବଂ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଦୁର୍ଘଟଣା ପରେ ଅଡି ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି । ଖବର ପାଇ ସ୍ଥାନୀୟ ମୁଲୁଣ୍ଡ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

ଗତ ଜୁଲାଇ ୭ରେ ମଧ୍ୟ ଏହିପରି ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ସ୍କୁଟିରେ ଯାଉଥିବା ଜଣେ ଦମ୍ପତିଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା । ଏତିକି ନୁହେଁ, ସ୍କୁଟିରେ ବସିଥିବା ମହିଳାଙ୍କୁ ପାଖାପାଖି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ବିଏମ୍‌ଡବ୍ଲ୍ୟୁ । ଏହି ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତାଙ୍କ ନାଁ କାବେରୀ ନାଖଓ୍ଵା । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ମହିଳାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇଥିଲେ ।

You might also like