ମହାରାଷ୍ଟ୍ରର ଠାଣେରେ ଭୁଶୁଡ଼ିଲା ହୋର୍ଡିଂ, ୩ ଆହତ

ମହାରାଷ୍ଟ୍ରରେ ପୁଣି ଏକ ହୋର୍ଡିଂ ଦୁର୍ଘଟଣା । ଠାଣେର କଲ୍ୟାଣରେ ସହଜାନନ୍ଦ ଛକରେ ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଛି । ସକାଳ ପ୍ରାୟ ୯ଟା ବେଳେ ଝିପିଝିପି ବର୍ଷା ହେଉଥିବା ସମୟରେ ହୋର୍ଡିଂଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣା ବେଳେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ଏବଂ ଅନେକ ଗାଡ଼ି ମଧ୍ୟ ସେହି ବାଟ ଦେଇ ଯିବାଆସିବା କରୁଥିଲା ।

ଏକ କାର୍‌ ଏବଂ ଅଟୋ ହୋର୍ଡିଂ ସଂସ୍ପର୍ଶରେ ଆସିଥିଲା । ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ପ୍ରବଳ ବର୍ଷା ସମୟରେ ହଠାତ୍ ବିଜୁଳି, ଘଡ଼ଘଡ଼ି ମାରିଥିଲା ଏବଂ ଏହାପରେ ହୋର୍ଡିଂଟି ଭୁଶୁଡି ପଡ଼ିଥିଲା । ଯେଉଁ ସମୟରେ ହୋର୍ଡିଂ ଭୁଶୁଡ଼ିଥିଲା, ସେହି ସମୟରେ ଅନେକ ଲୋକ ଦୋକାନର ଶେଡ୍ ତଳେ ଠିଆ ହୋଇଥିଲେ ।

କହି ରଖୁଛୁ ଯେ କିଛି ମାସ ତଳେ ମୁମ୍ବାଇରେ ଏକ ବିରାଟ ହୋର୍ଡିଂ ଭୁଶୁଡ଼ି ଅନେକ ଲୋକ ପ୍ରାଣ ହରାଇଥିଲେ । ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ ଜଣ ଏଥିରେ ଆହତ ହୋଇଥିଲେ । ହୋର୍ଡିଂଟି ପାଖାପାଖି ୧୭୦୪୦ ବର୍ଗ ଫୁଟ୍‌ର ଥିଲା ଏବଂ ବିଏମ୍‌ସିର ବିନା ଅନୁମତିରେ ଏହାକୁ ଲଗାଯାଇଥିଲା ।

You might also like