ମହାରାଷ୍ଟ୍ରରେ ପୁଣି ଭାଙ୍ଗିଲା ହୋର୍ଡିଂ, ପିମ୍ପରିଂ ଚିଞ୍ଚୱାଡ୍‌ରେ ଅନେକ ଗାଡ଼ି କ୍ଷତିଗ୍ରସ୍ତ

ମହାରାଷ୍ଟ୍ରର ପିମ୍ପରିଂ ଚିଞ୍ଚୱାଡ୍‌ରେ ଏକ ହୋର୍ଡିଂ ଭାଙ୍ଗିପଡ଼ିଛି । ଏହା ସଂସ୍ପର୍ଶରେ ଆସି ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତର ଖବର ନାହିଁ ।

ମହାରାଷ୍ଟ୍ରର ପିମ୍ପରିଂ ଚିଞ୍ଚୱାଡ୍‌ରେ ଏକ ହୋର୍ଡିଂ ଭାଙ୍ଗିପଡ଼ିଛି । ଏହା ସଂସ୍ପର୍ଶରେ ଆସି ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତର ଖବର ନାହିଁ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଛନ୍ତି ।

ସେମାନେ କହିଛନ୍ତି ଯେ କ୍ରେନ୍ ସାହାଯ୍ୟରେ ହୋର୍ଡିଂ ହଟାଇ ତଳେ ଚାପି ହୋଇରହିଥିବା ଗାଡ଼ିଗୁଡ଼ିକୁ ବାହାର କରାଯିବ । ମହାରାଷ୍ଟ୍ରରେ ଏକ ସପ୍ତାହ ମଧ୍ୟରେ ହୋର୍ଡିଂ ଭାଙ୍ଗିବାର ଏହା ହେଉଛି ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ମୁମ୍ବାଇରେ ହୋର୍ଡିଂ ଭାଙ୍ଗି ୧୬ ଜଣଙ୍କର ମୃତ୍ୟୁ ହୋଇଛି ।

ପିମ୍ପରିଂ ଚିଞ୍ଚୱାଡ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀ ମନୋଜ ଲୋନ୍‌କର କହିଛନ୍ତି, ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍‌ରେ ଏଠାରେ ଏକ ହୋର୍ଡିଂ ଭାଙ୍ଗି ପଡ଼ିଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ଆମେ କ୍ରେନ୍ ସାହାଯ୍ୟରେ ହୋର୍ଡିଂ ହଟାଇବୁ ଏବଂ ଏହା ତଳେ ଫସି ରହିଥିବା ଗାଡିଗୁଡ଼ିକୁ ବାହାର କରିବୁ ।

କହି ରଖୁଛୁ ଯେ ସୋମବାର ମୁମ୍ବାଇରେ ପ୍ରବଳ ଝଡ଼ତୋଫାନ ଏବଂ ବର୍ଷା ସମୟରେ ଏକ ବିରାଟ ହୋର୍ଡିଂ ଭାଙ୍ଗି ପଡିଥିଲା । ଏହି ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଲ୍‌ବୋର୍ଡ ଦୁର୍ଘଟଣା ୧୬ ଜଣଙ୍କ ଜୀବନ ନେଇଛି । ଏଥିରେ ବହୁ ଆର୍ଥିକ କ୍ଷତି ମଧ୍ୟ ଘଟିଛି । ଦୁର୍ଘଟଣା ପରଠାରୁ ଲଗାତାର ୬୬ ଘଣ୍ଟା ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଗୁରୁବାର ସକାଳେ ଶେଷ ହୋଇଛି । ଭଗ୍ନାବଶେଷ ତଳୁ କାର୍‌ ସମେତ ୭୦ରୁ ଅଧିକ ଯାନବାହାନକୁ ଭଙ୍ଗାରୁଜା ଅବସ୍ଥାରେ ବାହାର କରାଯାଇଛି ।

ସେପଟେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ବିଲବୋର୍ଡର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଭବେଶ ଭିଣ୍ଡେଙ୍କୁ ରାଜସ୍ଥାନରୁ ଗିରଫ କରିଛି । ସେ ଉଦୟପୁରରେ ଲୁଚି ରହିଥିଲେ । ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଟିମ୍‌ ତାଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.