ନାଗାଲାଣ୍ଡ ଗୁଳିକାଣ୍ଡ: ଆତ୍ମରକ୍ଷା ଓ ଭିଡ଼କୁ ଘଉଡ଼ାଇବାକୁ ସେନା ପକ୍ଷରୁ କରାଯାଇଥିଲା ଗୁଳିମାଡ଼, ଲୋକସଭାରେ ବିବୃତ୍ତି ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ଲୋକସଭାରେ ବିବୃତ୍ତି ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଓଟିଂ ଅଞ୍ଚଳରେ ଉଗ୍ରବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏନେଇ ୨୧ଜଣ ଯବାନଙ୍କ ଦ୍ୱାରା ହୋଇଥିଲା ଅପରେସନ। ସେହି ରାସ୍ତାରେ ଯାଉଥିବା ଏକ ଗାଡ଼ିକୁ ସେନା ପକ୍ଷରୁ ଅଟକାଯାଇଥିଲା। କିନ୍ତୁ ଗାଡ଼ି ନଅଟକିବାରୁ ସେଥିରେ ଉଗ୍ରବାଦୀ ଯାଉଥିବା ସନ୍ଦେହରେ ସେନାବାହିନୀ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଏଥିରେ ଜଣେ ଯବାନ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆତ୍ମରକ୍ଷା ଓ ଭିଡ଼କୁ ଘଉଡ଼ାଇବାକୁ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଏଥିରେ ୭ଜଣ ସାଧାରଣ ନାଗରିକ ଆହତ ହେବା ସହ ଅନ୍ୟମାନେ ଆହତ ହୋଇଥିଲେ। ସ୍ଥାନୀୟ ପ୍ରଶାସନ ଓ ପୋଲିସ ସ୍ଥିତି ସ୍ୱାଭାବିକ କରିଥିଲେ ବୋଲି କହିଛନ୍ତି ଶାହା। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନାଗାଲାଣ୍ଡ ଘଟଣାରେ ବୈଠକ କରିଥିଲେ। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ପିୟୁଷ ଗୋଏଲ ଓ ନିର୍ମଳା ସୀତାରମଣ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ନାଗାଲାଣ୍ଡ ହିଂସାରେ ୧୪ଜଣ ନାଗରିକ ଓ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା।

nagaland
photo: NDTV.com

ଘଟଣା ମୁତାବକ, ଇନପୁଟରେ ଯେଉଁ ରଙ୍ଗର ଗାଡ଼ି ବିଷୟରେ କୁହାଯାଇଥିଲା, ସମାନ ରଙ୍ଗର ଗାଡ଼ି ସେହି ବାଟ ଦେଇ ଯାଇଥିଲା। ସୁରକ୍ଷା ବାହିନୀର ଲୋକ ଗାଡ଼ିକୁ ଅଟକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଡ଼ି ଅଟକି ନ ଥିଲା। ଏହାପରେ ସିକ୍ୟୁରିଟି ଫୋର୍ସ ଫାୟାରିଂ ଆରମ୍ଭ କରି ଦେଇଥିଲେ। ପରେ ଜଣା ପଡ଼ିଥିଲା ଯେ ସେମାନେ ସମସ୍ତେ ସାଧାରଣ ନାଗରିକ। ଖବର ପାଇ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ସୁରକ୍ଷା ବାହିନୀଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ ଏବଂ ସେମାନଙ୍କ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.