ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଇପିଏସ୍‌ ଅଫିସର ବିନୟ ତିଓ୍ଵାରିଙ୍କୁ ସିବିଆଇକୁ ଡେପୁଟେସନ୍‌ରେ ପଠାଇପାରେ ଗୃହ ମନ୍ତ୍ରଣାଳୟ !

ନୂଆଦିଲ୍ଲୀ : ମୁମ୍ବାଇ ମ୍ୟୁନିସପାଲ୍‌ କର୍ପୋରେସନ୍‌(ବିଏମ୍‌ସି)କ୍ୱାରାଣ୍ଟାଇନ୍‌ରେ ରଖିଥିବା ଆପିଏସ୍‌ ଅଫିସର ବିନୟ ତିଓ୍ଵାରିଙ୍କୁ ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇକୁ ଡେପୁଟେସନ୍‌ରେ ପଠାଇପାରେ ଗୃହ ମନ୍ତ୍ରଣାଳୟ ।

ଯଦିଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ । ତେବେ ଏମିତି କିଛି ଖବର ମିଳିଛି ଅସମର୍ଥିତ ସୂତ୍ରରୁ । ଜଣେ ଆଡ୍‌ଭୋକେଟ୍‌ ତାଙ୍କର ଟ୍ଵିଟର ହ୍ୟାଣ୍ଡେଲରେ ଏପରି ଖବର ଦେଇଥିବା ଜଣାଯାଇଛି ।

binaya-1

ପ୍ରକାଶଯୋଗ୍ୟ ଯେ ସୁଶାନ୍ତ ସିଂହ ମାମଲାର ତଦନ୍ତ ପାଇଁ ଆଇପିଏସ୍‌ ଅଫିସର ବିନୟ ତିଓ୍ଵାରି ମୁମ୍ବାଇ ଯାଇଥିବା ବେଳେ ତାଙ୍କୁ ମୁମ୍ବାଇ ମ୍ୟୁନିସପାଲ୍‌ କର୍ପୋରେସନ୍ ‌ବଳପୂର୍ବକ କ୍ୱାରାଣ୍ଟାଇନ୍‌ରେ ଅଟକ ରଖିଥିଲା । ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏପରିକି ସୁପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରି ବିନୟଙ୍କୁ ଛାଡିଦେବାକୁ କହିଥିଲେ । ତଥାପି ମହାରାଷ୍ଟ୍ର ସରକାର ବିନୟଙ୍କୁ ଛାଡ଼ି ନଥିଲେ । ତେବେ ଯେତେବେଳେ ବିନୟଙ୍କୁ ଛଡ଼ା ଯାଇଥିଲା । ସେତେବେଳେ ବିନୟ କଥା ଛଳରେ କହିଥିଲେ ଯେ ବାସ୍ତବରେ ମୋତେ କ୍ୱାରାଣ୍ଟାଇନ୍‌ କରାଯାଇ ନଥିଲା । ବିଏମ୍‌ସି ସୁଶାନ୍ତ ସିଂହଙ୍କ ମାମଲାକୁ କ୍ୱାରାଣ୍ଟାଇନ୍‌ କରିଥିଲା ।

Leave A Reply

Your email address will not be published.