ଦିଲ୍ଲୀ ବଜେଟ୍‌କୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ, ବିଜ୍ଞାପନ ବାବଦକୁ ଅଧିକ ଅର୍ଥ ଆବଣ୍ଟନକୁ ନେଇ ରୋକ୍‌ ଲଗାଇଥିଲା କେନ୍ଦ୍ର

ଦିଲ୍ଲୀ ସରକାରଙ୍କ ବଜେଟକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଆଜି ଦିଲ୍ଲୀର ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବାର ଥିଲା, କିନ୍ତୁ ସୋମବାର ଗୃହ ମନ୍ତ୍ରଣାଳୟ ବଜେଟ ଉପରେ ରୋକ୍‌ ଲଗାଇ ଦେଇଥିଲା।

ଦିଲ୍ଲୀ ସରକାରଙ୍କ ବଜେଟକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଆଜି ଦିଲ୍ଲୀର ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବାର ଥିଲା, କିନ୍ତୁ ସୋମବାର ଗୃହ ମନ୍ତ୍ରଣାଳୟ ବଜେଟ ଉପରେ ରୋକ୍‌ ଲଗାଇ ଦେଇଥିଲା। ଏହାପରେ କେଜରିୱାଲ ସରକାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲା।

ଏବେ ମଞ୍ଜୁରୀ ମିଳିବା ପରେ ବଜେଟ୍‌ ବିଧାନସଭାରେ ଉପସ୍ଥାପିତ ହେବ। ବଜେଟ୍ ରୋକିବାକୁ ନେଇ ଆମ୍ ଆଦମୀ ପାର୍ଟି କହିଥିଲା ଯେ କେନ୍ଦ୍ରର ମୋଦି ସରକାର ଜାଣିଶୁଣି ଦିଲ୍ଲୀ ସରକାରଙ୍କୁ ହଇରାଣ କରୁଛନ୍ତି। ସେ ଦିଲ୍ଲୀରେ ବିକାଶ ଚାହୁଁନାହାଁନ୍ତି।

ଏକ ପ୍ରେସ୍‌ କନଫରେନ୍ସରେ ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି ଯେ ୭୫ ବର୍ଷ ମଧ୍ୟରେ ଏହା କେବେ ବି ହୋଇନାହିଁ ଯେ ବଜେଟ୍ ପ୍ରସ୍ତୁତ ହୋଇ ରହିଛି ଏବଂ କେନ୍ଦ୍ର ସରକାର ସେହି ରାଜ୍ୟର ବଜେଟ୍‌କୁ ରୋକି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମନୋଭାବକୁ ଦେଖିଲେ ଲାଗୁଛି, ସେ ଗଣତନ୍ତ୍ରକୁ ପରିହାସ କରୁଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ବଜେଟ ରୋକିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। କେଜରିଓ୍ଵାଲ ପିଏମ ମୋଦିଙ୍କୁ ଏକ ଚିଠି ଲେଖି ପଚାରିଥିଲେ ଯେ ‘ଆପଣ ଆମ ଦିଲ୍ଲୀ ଲୋକଙ୍କ ଉପରେ କାହିଁକି ରାଗିଛନ୍ତି? ଦୟାକରି ଦିଲ୍ଲୀ ବଜେଟ୍ ରୋକନ୍ତୁ ନାହିଁ। ଦିଲ୍ଲୀବାସୀ ଆପଣଙ୍କୁ ହାତ ଯୋଡ଼ି ବଜେଟ୍ ପାସ୍ କରିଦେବାକୁ କହୁଛନ୍ତି’।

ବାସ୍ତବରେ, ସୋମବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲା। ମନ୍ତ୍ରଣାଳୟ ପ୍ରଶ୍ନ କରିଥିଲା କି, ଦିଲ୍ଲୀ ବଜେଟ୍ ପ୍ରସ୍ତାବରେ ବିଜ୍ଞାପନ ପାଇଁ କାହିଁକି ଅଧିକ ଆବଣ୍ଟନ ରହିଛି ଏବଂ ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ କମ୍ ଅର୍ଥ ବଣ୍ଟନ କରାଯାଇଛି। ଯେତେବେଳେ କେଜରିୱାଲ ସରକାରଙ୍କଠାରୁ କୌଣସି ଉତ୍ତର ମିଳି ନ ଥିଲା, ତ ଗୃହ ମନ୍ତ୍ରଣାଳୟ ବଜେଟ ଉପରେ ରୋକ୍‌ ଲଗାଇ ଦେଇଥିଲେ।

Leave A Reply

Your email address will not be published.