ଦିଲ୍ଲୀରେ ପୁଣି ଲଜ୍ଜା, ରାସ୍ତାକଡ଼ରେ ରହୁଥିବା ମହିଳା ଓ ତାଙ୍କ ଝିଅକୁ ଦୁଷ୍କର୍ମ; ୩ ଗିରଫ

ଦିଲ୍ଲୀରେ ପୁଣି ଲଜ୍ଜା। ରାସ୍ତାକଡ଼ରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅକୁ ଦୁଷ୍କର୍ମ ହୋଇଛି। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ପୀଡିତାଙ୍କୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଭିଡିଓ ବନାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଜଣକ ବଜିରପୁରର ଜେଜେ କଲୋନୀରେ ମା ଝିଅଙ୍କ ସହ ଦୁଷ୍କର୍ମ କରିଥିଲା।

ପୋଲିସ ମୁତାବକ, ଏହି ଘଟଣା ଡିସେମ୍ବର ୨୯ ଓ ୩୦ ରାତିରେ ଘଟିଥିଲା। ଭିଡିଓକୁ ଜାନୁଆରୀ ୩ ରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

You might also like