ପର୍ସ ହଜିଯିବା ପରେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଆସିବାରେ ଲାଗିଲା ପଇସା, ପ୍ରକୃତ କଥା ଜଣାପଡିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ

ପ୍ରାୟତଃ ସବୁଦିନ ଦୁନିଆର କୋଣ ଅନୁକୋଣରେ ଅନେକ ଲୋକଙ୍କର ପର୍ସ ହଜି ଯାଇଥାଏ ନଚେତ ଚୋରି ହୋଇଯାଇଥାଏ । ସେମାନଙ୍କ ସଂଖ୍ୟା ଅନୁମାନ କରିବା ମଧ୍ୟ ମୁସ୍କିଲ । ପର୍ସ ହଜିଯିବା ପରେ ଜଣେ ବ୍ୟକ୍ତି ମନଦୁଃଖ କରିବା ଏକ ସାଧାରଣ କଥା । କାରଣ କେବଳ ପଇସା ପାଇଁ ନୁହେଁ, ପର୍ସରେ ଅନେକ ଜରୁରୀ କାଗଜପତ୍ର ମଧ୍ୟ ରଖାଯାଇଥାଏ । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଯେ ଜଣେ ବ୍ୟକ୍ତିଙ୍କର ପର୍ସ ହଜିଯିବା ପରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପଇସା ଆସିବାରେ ଲାଗିଲା ? ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ଏହା ସତ । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

wallet1.png

ଲଣ୍ଡନରେ ବାସ କରୁଥିବା ଟିମ କ୍ୟାମେରାନ ନାମକ ଜଣେ ବ୍ୟକ୍ତି ଘରକୁ ଫେରିବା ସମୟରେ ତାଙ୍କର ପର୍ସ ହଜି ଯାଇଥିଲା । ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେ ନିଜ ପର୍ସକୁ ଆଉ ପାଇନଥିଲେ । ଏହି ପର୍ସରେ ତାଙ୍କର କିଛି ପଇସା ଏବଂ ଏଟିଏମ କାର୍ଡ ରହିଥିଲା । ପର୍ସକୁ ଖୋଜି ନପାଇବାରୁ ସେ ମନଦୁଃଖରେ ଘରକୁ ଫେରି ଆସିଥିଲେ କିନ୍ତୁ କ୍ୟାମେରାନଙ୍କ ପର୍ସ ଜଣେ ସହୃଦୟ ବ୍ୟକ୍ତିଙ୍କ ହାତରେ ପଡିଥିଲା । ବ୍ୟକ୍ତି ଜଣକ ପର୍ସର ମାଲିକଙ୍କୁ ଜାଣିବା ପାଇଁ ଅନଲାଇନ ବ୍ୟାଙ୍କିଙ୍ଗର ସାହାଯ୍ୟ ନେଇଥିଲେ । ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ କ୍ୟାମେରାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାରି ଥର ପଇସା ଟ୍ରାନ୍ସଫର କରିଥିଲେ ଏବଂ ପ୍ରତିଥର ଏକ ନୂଆ ମେସେଜ ଆସୁଥିଲା ।

wallet2.png

ବ୍ୟକ୍ତି ଜଣକ ପଠାଇଥିବା ମେସେଜ ସହିତ ନିଜ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ ଏବଂ କ୍ୟାମେରାନଙ୍କୁ କଲ କରିବା ପାଇଁ କହିଥିଲେ । ଶେଷରେ କ୍ୟାମେରାନ ନିଜ ହଜିଥିବା ପର୍ସକୁ ଫେରି ପାଇଥିଲେ । ଯେତେବେଳେ ଲୋକମାନେ କ୍ୟାମେରାନଙ୍କୁ ପଚାରିଥିଲେ ଯେ ବ୍ୟକ୍ତି ଜାଣଙ୍କୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ସୂଚନା କିପରି ମିଳିଲା ଉତ୍ତରରେ ସେ କହିଥିଲେ ଯେ ବ୍ରିଟେନରେ କାର୍ଡ ଉପରେ ବ୍ୟାଙ୍କର ସମସ୍ତ ସୂଚନା ଦିଆଯାଇଥାଏ ।