କାଳ ହେଲା ଅନ୍ଧବିଶ୍ୱାସ : ଅକାଳରେ ଚାଲିଗଲା ୧୧ଟି ଜୀବନ

honor killingନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ପୂଜା ପଦ୍ଧତି ଅନୁସରଣ ଓ ଅନ୍ଧବିଶ୍ୱାସ ହେଲା କାଳ। ଅକାଳରେ ଚାଲିଗଲା ୧୧ଟି ଜୀବନ। ଦିଲ୍ଲୀ ବୁରାଡ଼ି ସନ୍ତନଗର ଅଞ୍ଚଳରେ ଗୋଟିଏ ଘରୁ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ଜଣ ପୁରୁଷ ଥିଲେ। ଘଟଣାର ଯାଞ୍ଚ ବେଳେ ଦିଲ୍ଲୀ ପୋଲିସକୁ ମିଳିଛି ଏଭଳି ସୁରାଗ। ଘରୁ ମିଳିଥିବା ହାତ ଲେଖା ନୋଟରୁ ପରିବାର ସଦସ୍ୟ ପୂଜା ପଦ୍ଧତି ଅନୁସରଣ କରୁଥିବା ଯଣାପଡିଛି। ମୃତକଙ୍କ ମୁହଁ ଓ ଆଖିରେ ଯେଭଳି ଭାବେ ପଟି ବନ୍ଧାହୋଇଥିଲା ସେ ନେଇ ହାତଲେଖା ନୋଟରେ ଲେଖାଯାଇଥିଲା। ସେହିପରି ମନୁଷ୍ୟର ଶରୀର ଅସ୍ଥାୟୀ କିନ୍ତୁ ଆତ୍ମା ଚିରସ୍ଥାୟୀ ବୋଲି ଲେଖାଯାଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୋକ୍ଷ୍ୟ ପ୍ରାପ୍ତି ପାଇଁ ପରିବାରର ମୁଖିଆ ନାରାୟଣ ଦେବୀ  ଜଣ ଜଣ କରି ସମସ୍ତଙ୍କୁ ହତ୍ୟା କରିଥିଲେ। ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଛାତ ଗ୍ରିଲରେ ମୃତଦହକୁ ଟାଙ୍ଗିଦେଇଥିଲେ।  ଶେଷରେ ନିଜେ ଜୀବନ ହାରିଥିବା ପୋଲିସ ଅନୁମାନ କରିଛି।

Leave A Reply

Your email address will not be published.