ଦେଶ ବିଦେଶ

କର୍ଣ୍ଣାଟକରେ ହୁକ୍କା ଉପରେ ଲାଗିଲା ପ୍ରତିବନ୍ଧକ, ସ୍ୱାସ୍ଥ୍ୟ ପାଇଁ ହାନିକାରକ କହିଲେ ସରକାର

କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି । ସମଗ୍ର ରାଜ୍ୟରେ ହୁକ୍କା ଉପରେ ଲଗାଯାଇଛି ପ୍ରତିବନ୍ଧକ । ହୁକ୍କା ବିରୋଧରେ ଅନ୍ୟାନ୍ୟ ରାଜ୍ୟରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ଏବେ କର୍ଣ୍ଣାଟକ ସରକାର ହୁକ୍କା ସାମଗ୍ରୀ ବିକ୍ରି ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ସରକାର ସାର୍ବଜନିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟରେ ହୁକ୍କା ବିରୋଧରେ ବଡ଼ ପଦକ୍ଷେପ ନିଆଯାଇସାରିଛି । ରିପୋର୍ଟ ମୁତାବକ, କର୍ଣ୍ଣାଟକରେ ତତ୍କାଳ ପ୍ରଭାବରେ ସମସ୍ତ ହୁକ୍କା ସାମଗ୍ରୀ, କାଚର ବ୍ୟବହାର, ବିକ୍ରି, କ୍ରୟ ଏବଂ ପ୍ରଚାର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏହି ସମ୍ବନ୍ଧରେ ସରକାରଙ୍କ ତରଫରୁ ଆଦେଶ ଜାରି କରାଯାଇଛି । ଏଥିରେ କିଛି ରିସର୍ଚ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି । ଆଦେଶରେ କୁହାଯାଇଛି ଯେ ୪୫ ମିନିଟ୍‌ ଯାଏ ହୁକ୍କା ଟାଣିଲେ ୧୦୦ଟି ସିଗାରେଟ୍‌ ଟାଣିବା ବରାବର ହୋଇଥାଏ ।

ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଉଲ୍ଲଂଘନକାରୀଙ୍କ ବିରୋଧରେ COTPA (ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଅଧିନିୟମ ୨୦୦୩), ଶିଶୁ ଯତ୍ନ ଏବଂ ସୁରକ୍ଷା ଆଇନ ୨୦୧୫, ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ଅଧିନିୟମ ୨୦୦୬, କର୍ଣ୍ଣାଟକ ପଏଜନ୍‌ (କବ୍‌ଜା ଏବଂ ବିକ୍ରି) ନିୟମ ୨୦୧୫ ଏବଂ ଆଇପିସି ଅଧୀନରେ ମାମଲା ପଞ୍ଜିକୃତ କରାଯିବ ।

ରାଜ୍ୟ ସରକାର ‘WHO ଗ୍ଲୋବାଲ୍ ଆଡଲ୍ଟ ତମାଖୁ ସର୍ଭେ ୨୦୧୬-୧୭ (GATS-2)’ର ତଥ୍ୟକୁ ନଜରରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏ ନେଇ ସୂଚନା ଜାରି କରିଛି ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago