ଭିଏଚ୍ପି ନେତାଙ୍କ ହତ୍ୟା ଭିଡିଓ ଭାଇରାଲ, ୧୫ ମିନିଟ୍ ଯାଏଁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ବିଶ୍ୱ ହିନ୍ଦୁ ପରିଷଦର ନେତା ରବି ବିଶ୍ୱକର୍ମାଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ଏବେ ଏହି ହତ୍ୟାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପ୍ରାୟ ୬ ଜଣ ଦୁର୍ବୃତ୍ତ କଳା ରଙ୍ଗର କାର ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ମଝିରେ ମଝିରେ ଗୁଳି ଚାଲିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି।
Madhya Pradesh: A Vishva Hindu Parishad leader was attacked & shot dead by assailants in Pipariya town of Hoshangabad y’day. Additional SP Awadhesh Pratap Singh says, “9 people have been booked under Section 302 of IPC. Three police teams are conducting raids to nab the accused.” pic.twitter.com/ePLXMbkK6t
— ANI (@ANI) June 27, 2020
ସୂଚନାଯୋଗ୍ୟ ଯେ ବିଶ୍ୱ ହିନ୍ଦୁ ପରିଷଦର ଗୋରକ୍ଷା ମୁଖ୍ୟ ରବି ବିଶ୍ୱକର୍ମାଙ୍କ ଉପରେ ପିପରିଆର ଅଣ୍ଡର ବ୍ରିଜ୍ ନିକଟରେ ଆକ୍ରମଣ ହୋଇଥିଲା। ତାଙ୍କ କାର ଉପରେ ଲାଠିରେ ଅତର୍କିତ ଆକ୍ରମଣ କରାଯାଇଥିଲା। ତା’ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଭାଇରାଲ ହେଉଥିବା ଭିଡିଓକୁ ସେହି ସମୟରେ ଅଟୋରେ ଯାଉଥିବା ଜଣେ ଯାତ୍ରୀ ସୁଟିଂ କରିଛନ୍ତି।
ରିପୋର୍ଟ ମୁତାବକ ଭିଏଚ୍ପି ନେତା ରବି ବିଶ୍ୱକର୍ମା ସନ୍ଧ୍ୟାରେ ହୋଶଙ୍ଗାବାଦରୁ ଘର ପିପରିୟାକୁ ଫେରୁଥିଲେ। ସେ ବ୍ରିଜ୍ ପାର କରିବା ବେଳେ ଅଚାନକ ଦୁର୍ବୃତ୍ତମାନେ ତାଙ୍କ କାରକୁ ଘେରିଯାଇ ଆକ୍ରମଣ କରିଥିଲେ। ପ୍ରାୟ ୧୫ ମିନିଟ୍ କାଳ ସେମାନେ କାର ଉପରକୁ ଲାଠି ମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ରବିଙ୍କୁ ମେଡିକାଲ ଅଣାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୋଲିସ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।