କରୋନା ମୃତକଙ୍କ ପକେଟରୁ ଚୋରି କଲେ ହସପିଟାଲ କର୍ମଚାରୀ

ସବୁଠୁ ଲଜ୍ଜାଜନକ ଦୃଶ୍ୟ ଇଏ। ମୃତ ଶରୀରରୁ ଚୋରି କରିବାକୁ ପଛାଉନାହାଁନ୍ତି ଲୋକେ। କରୋନାରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପକେଟରୁ ଚୋରି କରୁଛନ୍ତି ହସପିଟାଲ କର୍ମଚାରୀ। ଏ ଦୃଶ୍ୟ ଦେଖି ଆପଣ ବିଶ୍ୱାସ କରିପାରୁନଥିବେ। ଭାବୁଥିବେ ସତରେ କଣ ଆମ ମଣିଷ ସମାଜ ଏମିତି ଅମଣିଷ ହୋଇଗଲେଣି।

ମହରାଷ୍ଟ୍ର ଧୁଲେରଏହି ଲଜ୍ଜାଜନକ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏବେ ଏମିତି ପରିସ୍ଥିତି ସୃଷ୍ଟି ହେଲାଣି ଯେ ଆମେ ଲୋକଙ୍କ ଦୁଃଖରେ ସମଦୁଃଖୀ ହେବା ଉଚିତ,ଏକାଠି ହୋଇ ଏହି ଯୁଦ୍ଧରେ ଲଢ଼େଇ କରିବା ଉଚିତ। କିନ୍ତୁ ଏମାନଙ୍କୁ ଟିକେ ନିଘା ନାହିଁ ଯେମିତି ଏସବୁ, ସେଥିପାଇଁ ତ ଜଣେ ମୃତ ବ୍ୟକ୍ତିଙ୍କ ଶରୀରରୁ ଲୁଟୁଛନ୍ତି।

ଏ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ବୋଧହୁଏ ଯଦି ଏଠାରେ କ୍ୟାମେରା ନଥାନ୍ତା ତାହେଲେ ବୋଧହୁଏ ଏମାନଙ୍କ କଳା କାରନାମାର ଦୃଶ୍ୟ ଦେଖିହୋଇନଥାନ୍ତା। ତେବେ ଏବେର ପରିସ୍ଥିତିରେ ଏମିତି ଏକ ଦୃଶ୍ୟ ମୁଣ୍ଡ ନୁଆଇଁ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.