ଛାତ୍ରୀଙ୍କ ସହିତ ଦୁର୍ବ୍ୟବହାର କରୁଥିଲେ ରସିକିଆ ପ୍ରଧାନଶିକ୍ଷକ, ସମସ୍ତେ ମିଶି ଝାଡୁ ଠେଙ୍ଗାରେ ପିଟିଲେ: ଭିଡିଓ ଭାଇରଲ

କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାର କାଟେରୀ ଗାଁର ଏକ ହଷ୍ଟେଲରେ ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଜଣେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ପିଟିଛନ୍ତି ଛାତ୍ରଛାତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ପୋଲିସ କହିବା ମୁତାବକ, ଛାତ୍ରୀ ହଷ୍ଟେଲର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହଷ୍ଟେଲ ପରିଦର୍ଶନ କରିବା ପର ଜଣେ ଛାତ୍ରୀଙ୍କୁ ତାଙ୍କ ରୁମକୁ ଡାକି ହଇରାଣ କରୁଥିଲେ।

ମାଣ୍ଡ୍ୟା ଜିଲ୍ଲାର ପାଣ୍ଡବପୁରା କାଟେରୀ ଗାଁର ଏକ ହଷ୍ଟେଲରେ ଛାତ୍ରୀମାନେ ସବୁବେଳେ ଅଭିଯୋଗ କରି ଆସୁଥିଲେ । ପ୍ରଧାନଶିକ୍ଷକ ଜଣକ ପ୍ରତ୍ୟେକ ଦିନ ହଷ୍ଟେଲ ବୁଲିବାକୁ ଆସି ଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିଲେ। ତା’ ପରେ ସବୁ ଛାତ୍ରୀମାନେ ଏକାଠି ହୋଇ ପ୍ରଧାନଶିକ୍ଷକଙ୍କୁ ପିଟିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଝାଡୁ, ଠେଙ୍ଗାରେ ପିଟିଥିଲେ, ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓଟି ଇମ୍ରାନ ଖାନ ନାମକ ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି ।

ଛାତ୍ରୀମାନେ ଅଭିଯୋଗ କରିଥିଲେ କି, ପ୍ରଧାନଶିକ୍ଷକ ଜଣକ ନିଜ ରୁମକୁ ଡାକି ସବୁବେଳେ ଦୁର୍ବ୍ୟବହାର କରିବା ପାଇଁ ଚେଷ୍ଟା କରିଥିଲେ। ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଟ୍ରାନ୍ସଫର କରିବା ଏବଂ ଚରିତ୍ରହୀନ ସାର୍ଟିଫିକେଟ ଦେବା ପାଇଁ ସତର୍କ କରିଥିଲେ । କିନ୍ତୁ ଏପରି କଥା ତାଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା ।

ପ୍ରଧାନଶିକ୍ଷକ ଜଣକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା ପାଇଁ ଚେଷ୍ଟା କରୁଥିଲେ । ପ୍ରଧାନଶିକ୍ଷକ ଏସବୁ ବିରୋଧ ସତ୍ତ୍ୱେ ମାନିନଥିଲେ, ତେବେ ସେମାନେ ସଂଗଠିତ ହୋଇ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଲାଠିରେ ପିଟିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.